Latest Odisha News

ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଡେଭିଡ ମିଲର ଶେଷ ଓଭରରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮ ୱିକେଟ ବିନିମୟରେ ୧୬୨ ରନ କରିଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ଅଭିଷେକ ଶର୍ମା (୨୯), ଅବଦୁଲ ସମଦ(୨୯) ଓ ହେନରିକ କ୍ଲାସେନ ୨୪ ରନ କରିଥିଲେ । ମୋହିତ ଶର୍ମା ଗୁଜରାଟ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲା ।

ଜବାବରେ ଗୁଜରାଟ ବୋଲରଙ୍କୁ ସୁହାଉଥିବା ପିଚରେ ସତର୍କତାର ସହ ବ୍ୟାଟିଂ କରିଥିଲା । ରିଦ୍ଧିମାନ ଶାହ (୨୫), ଶୁଭମନ ଗିଲ (୩୬) ଓ ସାଇ ସୁଦର୍ଶନ ୪୫ ରନ କରିଥିଲେ । ଡେଭିଡ ମିଲର ୪୪ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ପ୍ୟାଟ କୁମିନ୍ସ ଗୋଟିଏ ୱିକେଟ ହାସଲ କରିଥିଲେ । ଗୁଜରାଟ ୩ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି । ହାଇଦ୍ରାବାଦ ୨ଟି ମ୍ୟାଚରୁ ୨ ପଂଏଟ ପାଇଛି ।

Comments are closed.