Latest Odisha News

BREAKING NEWS

ମଧୁମେହକୁ ନିୟନ୍ତ୍ରଣ କରେ ପିଜୁଳି

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଯୁଗରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ। ଏହି ବିପଜ୍ଜନକ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି। ପିଜୁଳିକୁ ହିନ୍ଦୀରେ ଅମୃଦ୍ କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ମଧୁମେହ ରୋଗୀମାନେ ସେହି ଜିନିଷଗୁଡିକ ଖାଇବା ଉଚିତ୍, ଯେଉଁଥିରେ ମିଠା ପରିମାଣ ଅଳ୍ପ ଥିବ। ଏହି କାରଣରୁ ପିଜୁଳି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ପିଜୁଳିରେ ଭିଟାମିନ୍-ସି, ଭିଟାମିନ୍-ବି, ଭିଟାମିନ୍-ଏ ଏବଂ ଫସଫରସ୍ ଭରପୂର ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ପିଜୁଳି ସହିତ ପିଜୁଳି ପତ୍ରର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ।

ପିଜୁଳିରେ ଭଲ ପରିମାଣର ଫାଇବର ମିଳିଥାଏ। ଫାଇବର ଗ୍ଲୁକୋଜର ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ମଧୁମେହ ରୋଗୀ ପିଜୁଳି ଖାଇଲେ ଖାଇଲେ ସୁଗାର ଲେବେଲ ନିୟନ୍ତ୍ରଣ ହୁଏ। କାରଣ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଅଟେ। କେବଳ ପିଜୁଳି ନୁହେଁ, ମଧୁମେହ ରୋଗୀମାନେ ଏହାର ପତ୍ରରୁ ପ୍ରସ୍ତୁତ ଚା ମଧ୍ୟ ଖାଇପାରିବେ। ଏଥିରୁ ପ୍ରସ୍ତୁତ ଚା ପିଇବା ଦ୍ୱାରା ଇନସୁଲିନ୍ ସ୍ତର ନିୟନ୍ତ୍ରିତ ହୋଇଥାଏ। ଯଦି ଆପଣ ପିଜୁଳି ଚୋପା ଖାଆନ୍ତି, ତେବେ ଆପଣଙ୍କ ରକ୍ତରେ ସୁଗାର ଲେବେଲ ନିୟନ୍ତ୍ରିତ ହେବ।

Leave A Reply

Your email address will not be published.