Latest Odisha News

ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ

ଗୁଣୁପୁର:ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର । ରାୟଗଡା ଜିଲା ଗୁଡାରୀ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ପାଇଁ ଗୁଣୁପର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବ୍ଲକର ସମିତି ସଭ୍ୟ, ସରପଞ୍ଚମାନେ ଆବେଦନ କରିଥିଲେ। ଉପଜିଲାପାଳୃ ଅନାସ୍ଥା ପାଇଁ ଭୋଟ ଗ୍ରହଣ ତାରିଖ ଧାର୍ଯ୍ୟ କରିଥିଲେ। ଗତ ଜୁଲାଇ ମାସରେ ଅଧ୍ୟକ୍ଷାଙ୍କ ଅନାସ୍ଥା ନେଇ ହୋଇଥିଲା ଭୋଟ୍ ଗ୍ରହଣ । ୯ ପଞ୍ଚାୟତର ୧୮ ଜଣଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ ରହିଥିଲେ ।

ସୂଚନାଥାଉକି, ୨୦୨୫ ଜୁଲାଇ ୨୪ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ହେଲେ ଭୋଟ ପରେ ଫଳାଫଳ ପ୍ରକାଶ ହୋଇପାରିବ ନାହିଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଭୋଟବକ୍ସ ଗୁଣୁପୁର ଉପ କୋଷାଗାରରେ ରଖାଯାଇଥିଲା। ପୁଣି କୋର୍ଟ ଆଜି ଗଣତି ନେଇ ଦିନ ଧାର୍ଯ୍ୟ କରିଥିଲେ।

Comments are closed.