Latest Odisha News

BREAKING NEWS

ଇଂରାଜୀ କହି ଓ ବୁଝି ନପାରିବାରୁ ୱେଟରକୁ ଚାପୁଡା, ଅତିଥିଙ୍କୁ କଳା ତାଲିକାଭୂକ୍ତ କଲା ତାଜ୍

ଆଗ୍ରା: ତାଜ୍ ହୋଟେଲରେ ଭୁଲ ବୁଝାମଣାରୁ ଅଭାବନୀୟ ଘଟଣା । ମହଙ୍ଗା ପଡିଲା ୱେଟରକୁ ଚାପୁଡା ମାରିବା । ଜଣେ ଅତିଥିଙ୍କୁ ଆଜୀବନ କଳା ତାଲିକା ଭୁକ୍ତ କଲା ତାଜ୍ । ଜଣେ ଧନୀ ଅତିଥିଙ୍କ ଏପରି ବ୍ୟବହାରରେ ଖପ୍ପା ହୋଟେଲ୍ ମ୍ୟାନେଜମେଂଟ । ଯେତେ ଧନୀ ହେଲେ ବି ହୋଟେଲ୍ କର୍ମଚାରୀଙ୍କ ସମ୍ମାନ ଆଗରେ ସେମାନଙ୍କ ସମ୍ପତ୍ତି ତୁଚ୍ଛ ବୋଲି କହିଛନ୍ତି କତ୍ତୃପକ୍ଷ । ସେଥିପାଇଁ ଜଣେ ଅତିଥିଙ୍କୁ ଆଜୀବନ ହୋଟେଲ୍ ନିଷେଧ କରା ଯାଇଥିବା ସୂଚନା ମିଳିଛି । ଅତିଥିଙ୍କ ସମ୍ପତ୍ତିଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ହୋଟେଲ୍ କର୍ମଚାରୀଙ୍କ ସମ୍ମାନ ବୋଲି କହିଛି ହୋଟେଲ୍ ମ୍ୟାନେଜମେଂଟ । ସୂଚନା ଅନୁସାରେ ଆଗ୍ରାର ତାଜ୍ ହୋଟେଲରେ ଜଣେ ୱେଟରକୁ ରେସ୍ତୋରାଁ ସେବା ସମୟରେ ଉଭୟଙ୍କ ମଧ୍ୟରେ ଇଂରାଜୀକୁ ନେଇ ଭୁଲ୍ ବୁଝାମଣା ପରେ ଅତିଥି ଜଣଙ୍କ ତାଙ୍କୁ ଚାପୁଡା ମାରିଥିଲେ । ଫଳରେ ହୋଟେଲ ପରିଚାଳନା କମିଟି ଏକ ଅସାଧାରଣ ପଦକ୍ଷେପ ନେଇଛନ୍ତି । ସମ୍ପୃକ୍ତ ଅତିଥିଙ୍କୁ ଆଜୀବନ ତାଜ୍ ହୋଟେଲ୍ ବ୍ୟାନ୍ କରାଯାଇଛି । କର୍ମଚାରୀଙ୍କୁ ତାଙ୍କ କାମ କରୁଥିବା ବେଳେ ଶାରିରୀକ ଆକ୍ରମଣ କରାଯାଇଥିଲା । ଏହା ଜାଣିବା ପରେ ଅତିଥିଙ୍କୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ହୋଟେଲ୍ ମ୍ୟାନେଜମେଂଟ ସୂଚନା ଦେଇଛି । ତୁମେ କେତେ ଧନୀ ହୁଅନା କାହିଁକି ହୋଟେଲ ଦୁଆର ଆପଣଙ୍କ ପାଇଁ ବନ୍ଦ ବୋଲି କଡାନିଦେ୍ର୍ଦଶ ହୋଇଛି ।

ୱେଟର ଜଣଙ୍କ ହେଉଛନ୍ତି କାନ୍ତି, ସେ ଆଗ୍ରା ନିକଟ ଏକ ଛୋଟ ଗାଁରେ କୃଷକ ପରିବାରରୁ ଆସିଛନ୍ତି । କାନ୍ତି ଅତିଥିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇଥିଲା । କାନ୍ତି ଇଂରାଜୀ ବୁଝିପାରୁନଥିବାରୁ ଅତିଥି ଓ ତାଙ୍କ ଭିତରେ ଭଲଭାବରେ ଯୋଗଯୋଗ ହୋଇପାରିନଥିଲା । ଶେଷରେ ଅତିଥି କାନ୍ତିଙ୍କୁ ଚାପୁଡା ମାରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଗଲା । ସବୁଠୁ ଦୁଃଖର ବିଷୟ ଯେ କାନ୍ତି ତାଙ୍କୁ ମାଡ ହୋଇଥିବା କାହାରିକୁ ଜଣାଇନଥିଲେ । ତାଙ୍କୁ ଏ ବିଷୟରେ ପଚାରିବାରୁ ସେ ନିଜ ଚାକିରି ହରାଇବା ଆଶଙ୍କାରେ ନିଜ ସମ୍ମାନ ହରାଇଦେଲେ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ତେଣୁ କାନ୍ତିଙ୍କ ସମ୍ମାନକୁ ସମ୍ମାନ ଦେଇ ହୋଟେଲ ଏପରି ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.