ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ଠାରେ ଥିବା ଏକ ଗେଷ୍ଟ ହାଉସକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଆସନ୍ତା ମାସ ୧୯ ତାରିଖ ଯାଏଁ ଏହା ସିଲ ରହିବ ବୋଲି ସୂଚନା ମିଳିଥିବା ବେଳେ ଏହା ଭିତରକୁ କାହାରିକୁ ଯିବା ପାଇଁ ବାରଣ କରାଯାଇଛି ।
ସୂଚନା ଅନୁସାରେ ଗତକାଲି ତାଳଚେର ଅଞ୍ଚଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏହି ହାଟତୋଟାସ୍ଥିତ ମଲ୍ଲିକା ଗେଷ୍ଟ ହାଉସରେ ରହୁଥିଲେ । ତାଙ୍କୁ ସେଠାରୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆକ୍ରାନ୍ତ ଜଣଙ୍କ ଏହି ଗେଷ୍ଟ ହାଉସରେ ରହୁଥିବା ଯୋଗୁଁ ସଂକ୍ରମଣ ଆଶଙ୍କା କରି ଆଜି ପ୍ରଶାସନ ପକ୍ଷରୁ ଏହି ଗେଷ୍ଟ ହାଉସକୁ ସିଲ କରାଯାଇଛି । ଗେଷ୍ଟ ହାଉସକୁ ସମ୍ପୂର୍ଣ୍ଣ ସାନିଟାଇଜ କରିବା ସହ ସିଲ କରି ଗେଷ୍ଟ ହାଉସ ମାଲିକଙ୍କୁ ଚାବି ହସ୍ତାନ୍ତର କରାଯାଇଛି ।
Comments are closed.