Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର।କୋଭିଡ୍ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ଦେଲେ ନିର୍ଦ୍ଦେଶ।

ଗାଇଡ଼ଲାଇନ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ସବୁ ବର୍ଷ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପରେଡ କିମ୍ବା ମାର୍ଚ୍ଚପାଷ୍ଟ ହେବ ନାହିଁ। କୋଭିଡ କଟକଣା ଯୋଗୁଁ ଚଳିତ ଥର କାର୍ଯ୍ୟକ୍ରମରେ କୌଣସି ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି

ମହାମାରୀ କରୋନାର ସଂକ୍ରମଣ ବଢି ବଢି ଚାଲିଛି । ତେଣୁ ଚଳିତ ଥର କୋଭିଡ ଗାଇଡ଼ଲାଇନ ସହ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।ଗାଇଡ଼ଲାଇନ ମାନି ସାମାଜିକ ଦୂରତା ରଖି କିଭଳି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ।

ଚଳିତ ଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପୋଲିସ କର୍ମଚାରୀ ମାନଙ୍କର ଯତ୍ନ ନେବ ଏକ ୪ ଜଣିଆ ଡାକ୍ତରୀ ଦଳ । ଏହି ସମସ୍ତ କର୍ମଚାରୀମାନଙ୍କୁ ସଙ୍ଗରୋଧରେ ରଖାଯିବା ସହ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉଛି ।

Comments are closed.