Latest Odisha News

ଖୋର୍ଦ୍ଧା ଜିଲ୍ଲାର ଏସବୁ ଅଞ୍ଚଳ ଆଜିଠୁ ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ସଟଡାଉନ୍

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ କାୟା ବିସ୍ତାର କରୁଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ଚିଲିକା ଓ ବାଣପୁର ବ୍ଲକ ଏବଂ ବାଲୁଗାଁ ଓ ବାଣପୁର ଏନଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

ଆଜି ସନ୍ଧ୍ୟା ୭ଟାରୁ ଆସନ୍ତା ୧୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିବ ସଟଡାଉନ୍ କଟକଣା । ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସବୁ ଦୋକାନବଜାର ବନ୍ଦ ରହିବ । ଗଡ଼ିବନି ଗାଡ଼ିମୋଟର ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଚିଲିକା ଓ ବାଣପୁର ବ୍ଲକ, ବାଲୁଗାଁ ଓ ବାଣପୁର ଏନଏସିରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୩୩ ରହିଛି ।

Leave A Reply

Your email address will not be published.