Latest Odisha News

ସ୍କୁଲରେ କେମିତି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ଚଳିତ ବର୍ଷ କରୋନା କଟକଣା ଭିତରେ ରାଜ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ । ତେବେ ସ୍କୁଲରେ କିଭଳି ଅଗଷ୍ଟ ୧୫ ପାଳନ କରାଯିବ ସେ ନେଇ ଗାଇଡଲାଇନ୍ ଜାରି ହୋଇଛି ।

ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ । ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପତାକା ଉତ୍ତୋଳନ କରିବେ । କୋଭିଡ଼ କଟକଣା ମାନି ସ୍କୁଲରେ ପତାକା ଉତ୍ତୋଳନ କରାଯିବ । ସ୍କୁଲ ପରିଚାଳନା କମିଟି ସଭାପତି ଓ ସଦସ୍ୟ ଅତିଥି ଭାଗ ନେଇପାରିବେ । ୧୦ରୁ ଅଧିକ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ।

କୌଣସି ଖାଦ୍ୟ ଜିନିଷ ବଣ୍ଟନ କରାଯିବା ଉପରେ କଟକଣା ଲାଗୁ କରାଯାଇଛି । ସକାଳ ୯ଟାରୁ ୧୧ଟା ମଧ୍ୟରେ ପତାକା ଉତ୍ତୋଳନ ସାରିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀ, ଡିସିପି, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ମଧ୍ୟ ଲେଖାଯାଇଛି ।

Leave A Reply

Your email address will not be published.