ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଏଥିପାଇଁ ବିଏମ୍ସି କଡା ପଦକ୍ଷେପ ନେଇଛି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି ଭୁବନେଶ୍ୱର ମହାନଗର ନିଗମ ।
ଏହାକୁ ଦୃଷ୍ଟିରେ ରଖି ପ୍ରାଇଭେଟ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛି ବିଏମସି । ଗାଇଡଲାଇନ୍ ଅନୁସାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ କାର୍ଯ୍ୟରତ ବସ୍ତି ଅଞ୍ଚଳର କର୍ମଚାରୀଙ୍କ ଡାଟାବେସ୍ ତିଆରି କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୪ ଦିନ ଡ୍ୟୁଟି କରିବେ ବସ୍ତି ଅଞ୍ଚଳରେ ରହୁଥିବା ସ୍ୱାସ୍ଥ୍ୟକର୍ମୀ । ଏହାସହ ହସ୍ପିଟାଲ ପରିସରରେ ସେମାନଙ୍କର ରହିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି ।
୧୪ ଦିନ ପରେ କରୋନା ଟେଷ୍ଟ କରି ନେଗେଟିଭ୍ ଆସିଲେ ଦ୍ୱିତୀୟ ସିଫ୍ଟର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ । ଏହାସହ ପ୍ରତି ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଜଣେ ଲେଖାଁଏ ନୋଡାଲ ଅଫିସର ନିଯୁକ୍ତି କରିବାକୁ ବିଏମସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି । ନୋଡାଲ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସବିଶେଷ ତଥ୍ୟ ବିଏମସିକୁ ଦେବା ପାଇଁ ଗାଇଡଲାଇନ୍ରେ ଦର୍ଶାଇଛି ବିଏମସି ।
Comments are closed.