Latest Odisha News

ଭାରତ-ଚୀନ ମଧ୍ୟରେ ସେନା କମାଣ୍ଡର ସ୍ତରରେ ଆଲୋଚନା ହେବ

ନୂଆଦିଲ୍ଲୀ :ଭାରତ-ଚୀନ ମଧ୍ୟରେ  ମଙ୍ଗଳବାର ସେନା କମାଣ୍ଡର ସ୍ତରରେ ଆଉ ଏକ ଆଲୋଚନା ହେବ । ପୂର୍ବରୁ ଜୁନ ୬ ଓ ଜୁନ ୨୨ରେ ପ୍ରକୃତ ନିୟନ୍ତ୍ରଣ ରେଖା ସେପଟେ ଥିବା ମୋଲଡୋଠାରେ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା କାଲି ଆଲୋଚନା ଭାରତୀୟ ପଟେ ଥିବା ଚୁସୁଲଠାରେ ଅନୁଷ୍ଠିତ ହେବ । ଉତ୍ତେଜନା ହ୍ରାସ ପାଇଁ ଗତ ୬ ତାରିଖ ଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ ।

ଏହି ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ଚୀନ ତରଫରୁ ମେଜର ଜେନେରାଲ ଲିଉ ଲିନ ଯୋଗ ଦେଇଥିଲେ । ଏହି ବୈଠକର ଫଳସ୍ୱରୂପ ଗତ ୯ ତାରିଖରେ ଚୀନ ଓ ଭାରତ ସେନା ପଛକୁ ଫେରିଥିଲେ । ତେବେ ୧୫ ତାରିଖ ରାତିରେ ଏହି ବୁଝାମଣାକୁ ଜଳାଞ୍ଜଳି ଦେଇ ଚୀନ ସେନା ପୁଣି ଅନୁପ୍ରବେଶ ପାଇଁ ଉଦ୍ୟମ କରିବାରୁ ଦୁଇସେନାମଧ୍ୟରେ ସଂଘର୍ଷ ହୋଇଥିଲା ।

Leave A Reply

Your email address will not be published.