Latest Odisha News

BREAKING NEWS

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ ।

ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ଫୋନ୍ ନମ୍ବର ଓ ଇ-ମେଲ୍ ଆଇଡି ଦେଇ ଇ-ଆଡମିଶନ ପାଇଁ ଆବେଦନ କରିପାରିବେ । ଅନଲାଇନ ଆବେଦନ ବେଳେ ମାର୍କ ସିଟ୍ କିମ୍ବା ଅନ୍ୟ ସାର୍ଟିଫିକେଟ ଅପଲୋଡ୍ କରିବା ଆବଶ୍ୟକତା ନାହିଁ ।

ଯଦି ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ପ୍ରକ୍ରିୟାରେ ଭାଗ ନେବାକୁ ଚାହାଁନ୍ତି ଏଥିପାଇଁ ଅନଲାଇନ୍ ଫର୍ମରେ ଉଲ୍ଲେଖ କରିବାକୁ ହେବ । କଲେଜଗୁଡ଼ିକ ସାମସ୍ ପୋର୍ଟାଲରେ ଆଡମିଶନ ଫି ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ରହିଛି ।

କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସରେ ନାମଲେଖା ସମ୍ପର୍କିତ ପୋଷ୍ଟର ଲଗାଇ ସଚେତନ କରାଇବେ । ଏହାସହ ହେଲପ ଡେସ୍କ, ଇଣ୍ଟରନେଟ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ ପାଇଁ ସବୁ ଡିଗ୍ରୀ କଲେଜକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

Leave A Reply

Your email address will not be published.