Latest Odisha News

BREAKING NEWS

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ବୃଦ୍ଧଙ୍କ ଘର ତିନ୍ଦିଗୁଲ ଜିଲ୍ଲାର ନାଥମ୍ ବ୍ଲକରେ । ତାଙ୍କ ଗାଁରେ ଅଧିକାଂଶ ଲୋକ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଗତ ୧୭ ତାରିଖରେ ବୃଦ୍ଧ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା । ଅନ୍ୟ କୌଣସି ରୋଗରେ ବି ପୀଡ଼ିତ ନଥଲେ ।

ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭନ କରିଥିଲେ ବି ତାଙ୍କୁ ଭେଣ୍ଟିଲେଟର ଆବଶ୍ୟକତା ପଡ଼ି ନଥିବା ଡାକ୍ତର କହିଛନ୍ତି । ୨୦ ତାରିଖ ପରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । କିଛି ଦିନ ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା । ଦିନେ ପୂର୍ବରୁ ସେ ଡିସଚାର୍ଜ ହୋଇଥିଲେ ।

Leave A Reply

Your email address will not be published.