Latest Odisha News

୧୯ ଦିନ ନ ଶୋଇ ରେକର୍ଡ଼ କଲେ ବ୍ୟକ୍ତି, ପରେ ଗିନିଜ ବୁକ୍ ଏପରି ରେକର୍ଡ଼କୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିଦେଲେ

ନ୍ୟୁୟର୍କ: ଜଣଙ୍କୁ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଉଚିତ୍ ବୋଲି ଡ଼ାକ୍ତର ପରାମର୍ଶ ଦିଅନ୍ତି । କିନ୍ତୁ ଜଣେ ବ୍ୟକ୍ତି ୪୫୩ ଘଣ୍ଟା ୪୦ ମିନିଟ୍ ଅର୍ଥାତ୍ ପ୍ରାୟ ୧୯ ଦିନ ନ ଶୋଇ ବିଶ୍ୱ ରେକର୍ଡ଼ କରିଥିଲେ । ଏହି ସଫଳତା ଏତେ ବିପଜ୍ଜନକ ଥିଲା ଯେ, ଗିନିଜ ବୁକ୍‌ର କର୍ମକର୍ତ୍ତା ଏଭଳି ଅବାଞ୍ଚିତ ରେକର୍ଡ଼କୁ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି ।

୧୯୮୬ ମସିହାରେ ରୋବର୍ଟ ମ୍ୟାକଡୋନାଲ୍ଡ ନାମକ ଜଣେ ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହି ବିଶ୍ୱ ରେକର୍ଡ କରିଥିଲେ । କିନ୍ତୁ ସେହି ଦିନଠାରୁ ଯେଉଁମାନେ ନିରନ୍ତର ଜାଗ୍ରତ ହୁଅନ୍ତି ସେମାନଙ୍କୁ ଗିନିଜ ବୁକ୍ ରେକର୍ଡ କରେ ନାହିଁ । ଏନେଇ ଗିନିଜ ବୁକ୍ ୱେବସାଇଟରେ ମ୍ୟାକଡୋନାଲ୍ଡଙ୍କ ଉପଲବ୍ଧତା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇନାହାଁନ୍ତି । ଏହା ଏକ ବିପଜ୍ଜନକ କାର୍ଯ୍ୟ ବୋଲି ଗିନିଜ ବୁକ୍ ସ୍ପଷ୍ଟ କରିଛି । ଗିନିଜ୍ ବୁକ୍ ପକ୍ଷରୁ କୁହାଯାଇଛି ଯେ, ଅନିଦ୍ରା ରୋଗ ହେତୁ ଅନେକ ଲୋକଙ୍କର ଏପରି ସମସ୍ୟା ହୋଇପାରେ । ଯଦି ଏହି ରେକର୍ଡ଼ କରାଯାଏ ତେବେ ରେକର୍ଡ଼ଧାରୀ ଭବିଷ୍ୟତରେ ବିଭିନ୍ନ ରୋଗର ଶୀକାର ହେବା ସହ ସ୍ମୃତିଶକ୍ତି ହରାଇବେ । ତେଣୁ ଏପରି ରେକର୍ଡ଼କୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି ।
ମ୍ୟାକଡୋନାଲ୍ଡ ପୂର୍ବରୁ ୧୯୬୩ ମସିହାରେ ଦୁଇଜଣ ଛାତ୍ର ଏହି ରେକର୍ଡ କରିଥିଲେ । ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ପାଇଁ ସେ ୧୧ ଦିନ ନିରନ୍ତର ଜାଗ୍ରତ ରହିଲେ । ତା’ପରେ ଦୀର୍ଘ ସମୟ ଜାଗ୍ରତ ହେବା ପାଇଁ ଏହା ବିଶ୍ୱ ରେକର୍ଡ ଥିଲା, ଯାହା ରେକର୍ଡ କରାଯାଇଥିଲା । ହେଲେ ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାରୁ ସାମାନ୍ୟ ସ୍ମୃତି ଶକ୍ତି ହରାଇଥିବା ଜଣାପଡ଼ିଥିଲା । ପରେ ସେମାନେ ଉପଲବ୍ଧ କରିଥିଲେ ଯେ ଯଦି ଠିକ୍ ଭାବେ ନ ଶୋଇବେ , ତେବେ ଭବିଷ୍ୟତରେ ସେମାନଙ୍କର ମସ୍ତିଷ୍କ ପ୍ରଭାବିତ ହେବ ।
ସେହିପରି ୨୦୦୭ ମସିହାରେ, ଟନି ରାଇଟ୍ ନାମକ ଜଣେ ବ୍ୟକ୍ତି ୨୬୬ ଘଣ୍ଟା ଜାଗ୍ରତ ରହିଥିଲେ । ହେଲେ ସେ କୌଣସି ରେକର୍ଡ଼ଭୁକ୍ତ ହେଲେନାହିଁ । ସେ କହିଥିଲେ ଯେ ,ଶୋଇବା ବିନା ଶରୀର ଏବଂ ମାନସିକ ଅବସ୍ଥାରେ କ’ଣ ପରିବର୍ତ୍ତନ ଘଟେ ସେ ଅନୁଭବ କରିଛନ୍ତି । ନିୟମିତ ନ ଶୋଇଲେ କ୍ଲାନ୍ତ ଲାଗିବା ସହ ମସ୍ତିଷ୍କ ଆଦୌ କାମ କରେନାହିଁ ।

 

Leave A Reply

Your email address will not be published.