Latest Odisha News

BREAKING NEWS

ଗୋଡ ନାହିଁ, କିନ୍ତୁ ଦ୍ରୁତ ଗତିରେ ଦୌଡି କଲେ ବିଶ୍ୱ ରେକର୍ଡ

ୱାଶିଂଟନ: ବାସ୍ତବରେ କୁହାଯାଏ, ମନୋବଳ ଥିଲେ ମନୁଷ୍ୟ ପାଇଁ ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ନିକଟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି ଗିନିସ ବିଶ୍ବ ରେକର୍ଡ ପକ୍ଷରୁ ପୋଷ୍ଟ କରାଯାଇଛି । ଏଥିରେ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ପ୍ରଶିକ୍ଷଣ ନେଉଥିବାର ଝଲକ ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି, ବ୍ୟକ୍ତି ଜଣଙ୍କର ଅଧା ଶରୀର ନାହିଁ କିନ୍ତୁ ସେ ପାପୁଲି ମାଧ୍ୟମରେ ଚାଲି ବିଶ୍ୱ ରେର୍କଡ ସୃଷ୍ଟି କରିଛନ୍ତି । ପାପୁଲିରେ ଚାଲୁଥିବା ବ୍ୟକ୍ତି ହେଉଛନ୍ତି ଆମେରିକାର ଜିଅନ୍‌ କ୍ଲାର୍କ। କ୍ଲାର୍କ ନିଜ ପାପୁଲି ସାହାଯ୍ୟରେ ମାତ୍ର ୪.୭୮ ସେକେଣ୍ଡ୍‌ରେ ୨୦ ମିଟର ଅତିକ୍ରମ କରି ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ସେ ଆଉ ଦୁଇଟି ବିଶ୍ବ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ତାହା ହେଲା, ୪୦ ପାଉଣ୍ଡ୍‌ ଓଜନର ଭାର ଧରି ଗୋଟିଏ ମିନିଟ୍‌ରେ ସର୍ବାଧିକ ବାର-ଡିପ୍‌ ମାରିଛନ୍ତି ।  ଅନ୍ୟଟି ହେଲା ଦଉଡି ଉପରେ ଚଢିବା । ପାଞ୍ଚ ମିଟର ଦଉଡ଼ିରେ ଦ୍ରୁତ ବେଗରେ ଚଢ଼ି ରେକର୍ଡ କରିଛନ୍ତି ।

ଜନ୍ମରୁ କ୍ଲାର୍କ ଭିନ୍ନକ୍ଷମ ।  ବିନା ଗୋଡରେ ଜନ୍ମ ହୋଇଥିଲେ କ୍ଲାର୍କ । ଏଥି ସହିତ  ତାଙ୍କର ସୁଷୁମ୍ନା କାଣ୍ଡରେ  ସମସ୍ୟା ରହିଛି । ଏହା ଏକ ବିରଳ ରୋଗ । ଏହି କାରଣରୁ କୃତ୍ରିମ ଗୋଡ଼ ଲଗାଇବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେଣୁ ସେ ତାଙ୍କ ପାପୁଲିରେ ଭରା ଦେଇ ବାଟ ଚାଲୁଛନ୍ତି।

Comments are closed.