Latest Odisha News

ବର୍ଷା ବିତ୍ପାତ: ନାଳରେ ଓଲଟି ପଡ଼ିଲା ଟ୍ରାକ୍ଟର, ପ୍ରଖର ସ୍ରୋତରେ ଭାସିଗଲେ ୧୯ ଜଣ

ଗାନ୍ଧୀନଗର: ଗୁଜୁରାଟର ଏକ ନାଳରେ ଟ୍ରାକ୍ଟର ଓଲଟି ଯିବା ଘଟଣାରେ ୧୯ ଜଣ ଭାସିଯାଇଥିବା ଖବର ଆସିଛି। ଏକ ନାଳର କଲଭର୍ଟ ପୋଲ ଅତିକ୍ରମ କରିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ୧୯ ଜଣ। ଏଭଳି ଘଟଣା ଘଟିଛି ଗୁଜୁରାଟର ମୋରବି ଜିଲ୍ଲା ଅନ୍ତର୍ଗତ ଧ୍ବାନା ଗ୍ରାମ ନିକଟରେ।

ସୂଚନା ଅନୁସାରେ ରବିବାର ଏହି ଅଘଟଣ ଘଟିଛି। ଖବରପାଇ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହେଲେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସୋମବାର ସକାଳ ସୁଦ୍ଧା ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ।

ଗୁଜରାଟରେ ବିଭିନ୍ନ ଜିଲ୍ଲାରେ ଗତ ୩ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ରବିବାର ରାତିରେ ଉକ୍ତ ଟ୍ରାକ୍ଟରରେ ଡ୍ରାଇଭର ସମେତ ୧୯ ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି ନାଳ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଟ୍ରାକ୍ଟର ସହିତ ସମସ୍ତ ୧୯ ଜଣ ଭାସିଯାଇଥିଲେ।

Comments are closed.