ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ବଡ଼ ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ସରକାର ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ କମିଟି ଘୋଷଣା କରିବାକୁ କହିଛନ୍ତି ଗୁଜରାଟ ସରକାର ।
Gujarat announces forming a committee for implementing UCC in state
Read @ANI Story | https://t.co/ND2Sx24X2O#Gujarat #UCCInGujarat #UniformCivilCode pic.twitter.com/AcAgJNEnfa
— ANI Digital (@ani_digital) October 29, 2022
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି । ଏନେଇ ପ୍ୟାନେଲର ସଦସ୍ୟଙ୍କ ନାମ ଘୋଷଣା କରିସାରିଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ କମିଟି ଗଠନ କରିବାକୁ ନେଇ ମଞ୍ଜୁରୀ ମିଳିସାରିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ବାଧିନ କ୍ୟାବିନେଟର ଶେଷ ବୈଠକରେ ଏଭଳି ବଡ଼ ନିଷ୍ପତ୍ତି ନିଆଯାଇଛି।
"If UCC implemented, it will be easy to settle disputes…": Union Minister Parshottam
Read @ANI Story |https://t.co/RJmGBKQISj#Gujarat #UCCInGujarat #UCC #UniformCivilCode pic.twitter.com/1XwqouKGIh
— ANI Digital (@ani_digital) October 29, 2022
ଆସନ୍ତା ମାସ ପ୍ରଥମ ସପ୍ତାହରେ ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପୂର୍ବରୁ ଏଭଳି ନିଷ୍ପତ୍ତି ନେଇ ବିଜେପି ଲୋକଙ୍କ ଆହୁରି ନିକଟତର ହେବାକୁ ଚାହୁଁଛି । ସେପଟେ ଏହାକୁ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛି । ଅଳ୍ପସଂଖ୍ୟକ ବିରୋଧରେ ଏହି ଆଇନ ଆଣିବାକୁ ବିଜେପି ଚାହୁଁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ବିଜେପିର ଏହି ଘୋଷଣା କେତେ ପ୍ରଭାବ ପକାଉଛି ତାହା ଫଳାଫଳ ଘୋଷଣା ପରେ ଜଣାପଡିବ ।
Comments are closed.