Latest Odisha News

BREAKING NEWS

ଗୁଜରାଟ ପାଇଁ ବାଜିଲା ବିଗୁଲ୍, ୨ଟି ପର୍ଯାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଗୁଜରାଟର ୧୮୨ଟି ବିଧାନସଭା ଆସନ ଲାଗି ୨ଟି ପର୍ଯ୍ୟାୟରେ ମତଦାନ ହେବ । ନିର୍ବାଚନ କମିଶନ ଆଜି ପ୍ରେସମିଟରେ ୨ଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ତାରିଖରେ ହେବ । ୮ ତାରିଖରେ ଭୋଟ୍ ଗଣନା କରାଯିବ । ହିମାଚଳ ପ୍ରଦେଶ ସହ ଗୁଜରାଟ ବିଧାନସଭା ଭୋଟ୍ ଗଣତି ଗୋଟିଏ ଦିନରେ କରାଯିବ ।

ପ୍ରଥମ ପର୍ଯାୟ ନିର୍ବାଚନ ଲାଗି ନଭେମ୍ବର ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୪ ତାରିଖ ସୁଦ୍ଧା ନାମାଙ୍କନ, ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର, କରାଯିବ । ସେହିଭଳି ନଭେମ୍ବର ୧୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୧୭ ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ୨୧ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପତ୍ୟାହାର କରାଯାଇ ପାରିବ ।

୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ସରୁଛି । ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୪.୯ କୋଟି ମତଦାତା ଭୋଟ୍ ଦେବେ । ପ୍ରଥମଥର ପାଇଁ ୩.୨୪ ଲକ୍ଷ ନୂଆ ଭୋଟର ମତଦାନ କରିବେ । ମୋଟ ୫୧ ହଜାର ୭୮୨ଟି ବୁଥ୍ ଗୁଜରାଟରେ କରାଯିବ ।

ଗୁଜରାଟରେ ୧୪୨ଟି ମଡେଲ୍ ପୋଲିଂ ବୁଥ୍ କରାଯିବ । ୧୨୭୪ଟି ପିଙ୍କ୍ ବୁଥ୍ ହେବ । ପିଙ୍କ୍ ବୁଥରେ କେବଳ ମହିଳା ଅଧିକାରୀ ମୁତୟନ ହେବେ । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ । କୌଣସି ମତଦାତା ଅଭିଯୋଗ ଆଣିଲେ ୬୦ ମିନିଟ୍ ମଧ୍ୟରେ ଟିମ୍ ଗଠନ କରି ୧୦୦ ମିନିଟ୍ ମଧ୍ୟରେ ଅଭିଯୋଗର ସମାଧାନ କରାଯିବ ।

Leave A Reply

Your email address will not be published.