Latest Odisha News

BREAKING NEWS

ମୁଲାୟମଙ୍କୁ ଭାରତ ରତ୍ନ ଦେବା ପାଇଁ ରାଷ୍ଟ୍ରପତି ଓ ପିଏମଙ୍କୁ କଂଗ୍ରେସ ନେତାଙ୍କ ଚିଠି

ମୁମ୍ୱାଇ: ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ଦେବାକୁ ମହାରାଷ୍ଟ୍ର କଂଗ୍ରେସ ନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ (ମରଣୋତ୍ତର) ପ୍ରଦାନ କରାଯିବା ଉଚିତ୍ ବୋଲି କହିଛନ୍ତି ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ମହମ୍ମଦ ଆରିଫ ନସିମ୍ ଖାନ୍ ।

ଆରିଫ୍ କହିଛନ୍ତି ଯେ ଦିଗଙ୍ଗତ ନେତା ମୁଲାୟମ ସିଂ ଯାଦବ ଦଳିତ ବର୍ଗଙ୍କ ଦରଦୀ ଥିଲେ । ସେମାନଙ୍କ ପାଇଁ ସେ ସଂଘର୍ଷ କରିଛନ୍ତି । ସମଗ୍ର ଦେଶ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଥିଲା । କୋଟି କୋଟି ଭାରତୀୟଙ୍କ ଭାବନାକୁ ସମ୍ମାନ ଦେଇ ମୁଲାୟମଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରି ସମ୍ମାନିତ କରିବା ଉଚିତ୍ ବୋଲି ଆରିଫ୍ ତାଙ୍କ ଚିଠିରେ ବ୍ୟକ୍ତ କରିଛନ୍ତି ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏନେଇ ଚିଠି ପଠାଇଥିବା କଥା ମଧ୍ୟ ଆରିଫ୍ କହିଛନ୍ତି । ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ମୁଲାୟମଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ରାଜନୈତିକ ହେଉ ବା ସାଧାରଣ ଲୋକେ ଖୁବ୍ ଭଲ ପାଉଥିଲେ । ସୂଚନାଯୋଗ୍ୟଯେ, ଉତ୍ତରପ୍ରଦେଶର ବଲିଆରୁ ବିଜେପି ସାଂସଦ ବିରେନ୍ଦ୍ର ସିଂ ତାଙ୍କ ସ୍ମୃତିରେ ଗତମାସ ଏକ ସଭାଗୃହ ନିର୍ମାଣ କରିଥିଲେ । ଯେଉଁଥି ପାଇଁ ନିଜ ସଂସଦୀୟ ପାଣ୍ଠିରୁ ସେ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।  ଜିଲ୍ଲା ଅଦାଲତ ପରିସରେ ଏହି ସଭାଗୃହ ନିର୍ମାଣ ହେବ । ସଭାଗୃହର ନାଁ ‘ଧରତୀପୁତ୍ର ମୁଲାୟମ ସିଂ ସମ୍ୱାଦ ଭବନ’ ରହିବ ।

Leave A Reply

Your email address will not be published.