Latest Odisha News

BREAKING NEWS

ଗାଡ଼ିରେ ପୋଷ୍ଟର ମାରି ବୁଥ୍ ନିକଟରେ ବୁଲିଲେ ବିଜେଡି ପ୍ରାର୍ଥିନୀ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି । ଭୋଟର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିଥିବା ବେଳେ ବୁଥର ଶହେ ମିଟର ହେଉଛି ନିଷିଦ୍ଧାଞ୍ଚଳ । କିନ୍ତୁ, ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଆଜି ବିଜେଡି ପୋଷ୍ଟର ମରା ଯାଇଥିବା ଗାଡ଼ି ସହ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଅବନ୍ତୀ ଦାସ ୭୮ ନମ୍ବର ବୁଥକୁ ଯାଇଥିଲେ । ସେଠାରେ ଇଭିଏମ୍ ଖରାପ ଥିଲା । ସେହିଭଳି ୭୭ ନମ୍ବର ବୁଥକୁ ଅବନ୍ତୀ ବିଜେଡି ପୋଷ୍ଟର ଲାଗିଥିବା ଗାଡ଼ିରେ ଯାଇଥିଲେ । ଭୋଟରଙ୍କ ପ୍ରତିବାଦ ପରେ ସେଠାରେ ଗାଡ଼ି ପଳାଇଥିଲା ।

ତେବେ ଏହାକୁ ନେଇ ଅବନ୍ତୀ ଦାସ ପ୍ରତିକ୍ରିୟାରେ କହିଛନ୍ତି, ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁ ନାହିଁ । ଏଭଳି ଅଭିଯୋଗ ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମେ ଅଧିକ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହେବୁ ।

ଦିନ ୧୧ଟା ସୁଦ୍ଧା ଧାମନଗର ଉପନିର୍ବାଚନରେ ୨୨.୩୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.