Latest Odisha News

BREAKING NEWS

ସୁରତ ମିଲରେ ଗ୍ୟାସ ଲିକ୍, ୬ଜଣଙ୍କ ମୃତ୍ୟୁ ଓ ୨୦ ଆହତ

ସୁରଟ: ଗୁଜୁରାଟ ସୁରତରୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ସୁରତର ଏକ କମ୍ପାନୀରେ ଗ୍ୟାସ ଲିକ୍ ହେବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୦ଜଣରୁ ଅଧିକ ଆହତ ଅବସ୍ଥାରେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ସହରର ସଚିନ୍ ଜିଆଇଡ଼ିସି ଅଞ୍ଚଳରେ ଘଟିଛି ବୋଲି ସୂଚନା ରହିଛି । ସୁରତର ସଚିନ ଜିଆଇଡ଼ିସି ହେଉଛି ଗୋଟିଏ ଶିଳ୍ପାଞ୍ଚଳ ।

ସ୍ଥାନୀୟ ପୋଲିସ ସେହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ମିଲ୍ ନିକଟରେ ଏକ ଟ୍ୟାଙ୍କର ଡ୍ରାଇଭର କେମିକାଲ ଢ଼ାଳୁଥିଲେ । ଏହି ସମୟରେ ଗ୍ୟାସ୍ ଲିକ୍ ହୋଇଥିଲା । ଏକ ରିପୋର୍ଟରେ କୁହାଯାଇଛି ଯେ, ଆଖପାଖର ଲୋକମାନେ କଣ ଘଟୁଛି ବୋଲି ବୁଝିବା ବେଳକୁ ବିଷାକ୍ତ ଗ୍ୟାସ ବ୍ୟାପିଯାଇଥିଲା । ଏବଂ କିଛି କ୍ଷଣ ମଧ୍ୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି ।

Leave A Reply

Your email address will not be published.