Latest Odisha News

BREAKING NEWS

ଦେଶରେ ଲକ୍ଷେ ମୁହାଁ ଦୈନିକ କରୋନା ସଂକ୍ରମଣ, ମହାରାଷ୍ଟ୍ର ଓ ବଙ୍ଗରେ ମାଡୁଛି

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ଗତକାଲି ୫୮ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । ଦିନକରେ ସାରା ଦେଶରୁ ୯୦ ହଜାର ୯୨୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଅପେକ୍ଷା ସଂକ୍ରମଣରେ ୫୬.୫ ପ୍ରତିଶତ ବଢ଼ିଛି । ଓମିକ୍ରନ୍ ପରେ ଦେଶରେ ଦ୍ରୁତ କାୟା ବିସ୍ତାର କରି ଚାଲିଛି କରୋନା ।

ମହାରାଷ୍ଟ୍ରରୁ ସର୍ବାଧିକ ୨୬୫୩୮ ସଂକ୍ରମିତ ବାହାରିଛନ୍ତି । ପଶ୍ଚିମବଙ୍ଗରୁ ୧୪ହଜାର, ଦିଲ୍ଲୀରୁ ୧୦୬୬୫, ତାମିଲନାଡୁରୁ ୪୮୬୨ ଓ କେରଳରୁ ଚିହ୍ନଟ ହୋଇଛନ୍ତି ଆଉ ୪୮୦୧ ଆକ୍ରାନ୍ତ ।

୨୪ ଘଣ୍ଟାରେ କରୋନା ନେଇଛି ଆଉ ୩୨୫ ଜୀବନ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୮୭୬କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୨ଲକ୍ଷ ୮୫ହଜାର ୪୦୧କୁ ବଢ଼ିଛି ।

Leave A Reply

Your email address will not be published.