Latest Odisha News

BREAKING NEWS

ଝାଡଖଣ୍ଡରୁ ଧରାପଡିଲା ଦାଉଦ୍ ଇବ୍ରାହିମର ସହଯୋଗୀ

ଝାଡଖଣ୍ଡ: ଗୁଜରାଟ ଆଣ୍ଟି ଟେରରିଜିମ୍ ସ୍କ୍ୱାର୍ଡ (ଏ.ଟି.ଏସ୍‌) ହାତରେ ଧରାପଡିଛି ଦାଉଦ୍ ଇବ୍ରାହିମର ନିକଟତର ସହଯୋଗୀ ଅବ୍ଦୁଲ୍ ମାଜିଦ କୁଟ୍ଟି । ଝାଡଖଣ୍ଡରେ ଏହି ଅପରାଧୀ ଗିରଫ ହୋଇଥିଲାବେଳେ ବିଗତ ୨୪ ବର୍ଷ ଧରି ଫେରାର ଥିଲା । ଅନୁମାନ କରାଯାଉଛି ଦାଉଦକୁ ନେଇ ଅବ୍ଦୁଲ ନିକଟରେ ବେଶ କଛି ଗୋପନୀୟ ତଥ୍ୟ ରହିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ କୁଟ୍ଟି କେରଳର ବାସିନ୍ଦା । ୧୯୯୬ରେ ୧୦୬ଟି ପିସ୍ତଲ୍‌, ୭୫୦ଟି ଗୁଳି ଓ ପାଖାପାଖି ୪ କି.ଗ୍ରା ଆର୍‌ଡିଏକ୍ସ ଚାଲାଣ ଭଳି ଅପରାଧରେ ସାମିଲ ଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଧରାପଡିଥିଲେ ହେଁ କୁଟ୍ଟି ୨୪ ବର୍ଷ ଧରି ଫେରାର ଥିଲାବେଳେ ଝାଡଖଣ୍ଡରେ ଲୁଚି ରହିଥିଲା ।

୧୯୯୬ରେ ଅଣ୍ଡର ୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ନିଜ ସହଯୋଗୀଙ୍କ ସହ ମିଶି ଗୁଜରାଟ ଓ ମୁମ୍ବାଇରେ ଶାନ୍ତି ଭଙ୍ଗ କରିବାକୁ ଯୋଜନା କରିଥିଲା । ଏଥିପାଇଁ ଅଭିଯୁକ୍ତ କୁଟ୍ଟି ଜରିଆରେ ସେ ପିସ୍ତଲ, ଗୁଳି ଓ ଆରଡିଏକ୍ସର ବ୍ୟବସ୍ଥା କରାଇଥିଲା । ତେବେ ଏହି ମାମଲାରେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ହୋଇଥିଲା । ଶେଷରେ ଅବ୍ଦୁଲ ମାଜିଦ କୁଟ୍ଟିର ନାଁ ସାମ୍ନାକୁ ଆସିବା ପରେ ସେ ଫେରାର ଥିଲା । ଗିରଫ କୁଟ୍ଟିର କରୋନା ଟେଷ୍ଟ ରିପୋର୍ଟ ଆସିବା ପରେ ଆରମ୍ଭ ହେବ ପଚରାଉଚରା ।

Comments are closed.