Latest Odisha News

BREAKING NEWS

ସ୍ୱତନ୍ତ୍ର ପରାମର୍ଶ ନେଇ ହସ୍ପିଟାଲ ଛାଡିଲେ ରଜନୀକାନ୍ତ

ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ତଥା ରକ୍ତଚାପରେ ଅନିୟମିତତା ସମସ୍ୟା ପାଇଁ ତାଙ୍କୁ ଶୁକ୍ରବାର ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଜା ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ହସ୍ପିଟାଲରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି ।

କୌଣସି ଗମ୍ଭୀର ସମସ୍ୟା ନଥିଲେ ବି ସ୍ୱତନ୍ତ୍ର ପରାମର୍ଶ ନେଇ ରଜନୀକାନ୍ତ ହସ୍ପିଟାଲ ଛାଡିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଗାମୀ କିଛିଦିନ ପାଇଁ ସେ ସୁଟିଂରେ ଯୋଗଦେବେନି । ଗୋଟିଏ ପଟେ ରକ୍ତଚାପରେ ଅନିୟମିତତା ତ ସେପଟେ କରୋନା ଭୟ । ଏପରି ସ୍ଥିତିରେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ତା ଛଡା ରକ୍ତଚାପ ସାମାନ୍ୟ ରହିଥିଲେ ବି ନିୟମିତ ବ୍ୟବଧାନରେ ତାଙ୍କର ତଦାରଖ ହେବ । ସର୍ବନିମ୍ନ ଗୋଟିଏ ସପ୍ତାହ ଘରେ ରହି ବିଶ୍ରାମ ନେବାକୁ ଡାକ୍ତରୀ ଦଳ ତାଙ୍କୁ ପରାମର୍ଶ ଦେଇଛି । ଅନ୍ୟପଟେ ଫିଲ୍ମ ଅନ୍ନାଥେର ୮ଜଣ କ୍ରିଉ ମେମ୍ବରଙ୍କୁ କରୋନା ହେବା ପରେ ଅନିଶ୍ଚିତତା ଘେରରେ ରହିଛି ଫିଲ୍ମର ସୁଟିଂ ।

Leave A Reply

Your email address will not be published.