Latest Odisha News

BREAKING NEWS

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କୋଭିଡ ପଜିଟିଭ୍

ଗୁଜରାଟ: ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଭଦୋଦରାରେ ଏକ ସଭାରେ ଭାଷଣ ଦେବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଅହମ୍ମଦାବାଦରେ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା । ତାଙ୍କ ନିକଟରେ କୋଭିଡ କିଛି ଲକ୍ଷଣ ଦେଖାଯାଉଥିଲା । କୋଭିଡ୍ ଟେଷ୍ଟ ବେଳେ ସେ ପଜିଟିଭ୍ ଥିବା ଜଣାପଡିଥିଲା ।

ଗତ କାଲି ଅପରାହ୍ନରେ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆୟୋଜିତ ଏକ ସଭାରେ ଭାଷଣ ଦେଉଥିବା ବେଳେ ୬୪ ବର୍ଷୀୟ ଶ୍ରୀ ରୂପାନି ବେହୋସ ହୋଇପଡିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେଲିକପ୍ଟର ଯୋଗେ ଅହମ୍ମଦାବାଦ ଅଣାଯାଇ ୟୁ ଏନ ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.