Latest Odisha News

BREAKING NEWS

ଅମୀରଙ୍କ ପୁଅ ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଗୁଜରାଟର ପତ୍ରକାର ଓ ସମାଜସେବୀ କରସନଦାସ ମଲଜୀଙ୍କ ଜୀବନୀ ଉପରେ ଆଧାରିତ । ଶୁଟିଂ ପୂର୍ବରୁ ଜୁନୈଦଙ୍କ ଭଉଣୀ ଇରା ଖାଁ ଏଥିନେଇ ଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୁନୈଦ ଦୀର୍ଘଦିନ ଧରି ଥିଏଟରରେ ଅଭିନୟ କରି ଆସିଛନ୍ତି ।

ସିଦ୍ଧାର୍ଥ ପି.ମାଲହୋତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାଲିନୀ ପାଣ୍ଡେ, ଶରବରୀ ବାଘ ଓ ଜୟଦୀପ ଅହଲାବତ ଭଳି କଳାକାର ଅଭିନୟ କରୁଛନ୍ତି । ମୁମ୍ବାଇର ବିଜୟନଗରରେ ଫିଲ୍ମ ପାଇଁ ଏକ ବଡ ସେଟର ନିର୍ମାଣ କରାଯାଇଛି ।

Leave A Reply

Your email address will not be published.