Latest Odisha News

BREAKING NEWS

ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ  । ଏ ନେଇ ଏକ ପ୍ରେସ ମିଟରେ ଏ ନେଇ ସୂଚନା ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ମେଗା ସୋ କରିବାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇତି ମଧ୍ୟରେ ବିଜେପି ୧୧୮ଟି ଆସନରେ ଲିଡ୍‌ କରୁଥିବା ବେଳେ ୪୦ଟି ଆସନରେ ଜିତି ସାରିଲାଣି। ଦଳର ଭୋଟ ଶେୟାର ମଧ୍ୟ ୫୬% ଅତିକ୍ରମ କରିଛି।

ଏଠି କହିରଖିବୁ, ୧୯୬୨ରେ ଗୁଜରାଟରେ ହୋଇଥିଲା ପ୍ରଥମ ନିର୍ବାଚନ । ଏହା ପରେ ଗୁଜରାଟରେ କୌଣସି ପାର୍ଟି ଏପରି ଐତିହାସିକ ବିଜୟ ଲାଭ କରି ନ ଥିଲା । ଏହା ପୂର୍ବରୁ କଂଗ୍ରେସ ୧୯୮୫ରେ ୧୪୯ ସିଟରେ ଜିତିଥିଲା  ।

ଅନ୍ୟପକ୍ଷେ ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ଭୂପେନ୍ଦ୍ର ପଟେଲ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରଥମରୁ କହିଥିଲେ, ଏହି ନିର୍ବାଚନ ଗୁଜରାଟି ଲେକଙ୍କ ଦ୍ୱାରା କରାଯାଉଛି  । ସେମାନେ ବିଜେପିକୁ ପୁଣି ପସନ୍ଦ କରିଛନ୍ତି ।

Leave A Reply

Your email address will not be published.