Latest Odisha News

BREAKING NEWS

କଂଗ୍ରେସକୁ ବଡ଼ ଝଟକା: ଦଳୀୟ ପ୍ରାର୍ଥୀଙ୍କୁ ମିଳିଲାନି ଗୋଟିଏ ବି ପ୍ରସ୍ତାବକ, ନିର୍ବାଚନ ଅଧିକାରୀ ଖାରଜ କଲେ ନାମାଙ୍କନ

ସୁରାଟ: ଗୁଜୁରାଟରେ କଂଗ୍ରେସକୁ ବଡ଼ ଝଟକା। ସୁରାଟରୁ ଦଳର ଲୋକସଭା ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କ ନାମାଙ୍କନପତ୍ ଖାରଜ କରିଦିଆଯାଇଛି। କାରଣ ତାଙ୍କର ତିନିଜଣ ପ୍ରସ୍ତାବକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ଲିଖିତ ସତ୍ୟପାଠରେ ଦାବି କରିଛନ୍ତି ଯେ ସେ ତାଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କରିନାହାଁନ୍ତି। ଏପ୍ରିଲ୍ ୨୧ରେ ଜିଲ୍ଲା ନିର୍ବାଚନ ଅଧିକାରୀ ସୌରଭ ପାରଧୀ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ତାଙ୍କର ତିନିଜଣ ପ୍ରସ୍ତାବକ ତାଙ୍କ ନାମାଙ୍କନ ପତ୍ରକୁ ସମର୍ଥନ କରିବାକୁ ଡିଇଓ ସମ୍ମୁଖରେ ହାଜର ହୋଇପାରିନଥିଲେ।

ବର୍ତ୍ତମାନ ସୁରାଟ ଲୋକସଭା ଆସନ ପାଇଁ କଂଗ୍ରେସର କୌଣସି ପ୍ରାର୍ଥୀ ମୈଦାନରେ ନାହାଁନ୍ତି। ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ପୋଲିସ ଏବଂ ରାଜ୍ୟ ମେଶିନାରୀ ସହାୟତାରେ ଶାସକ ଦଳ ଦ୍ୱାରା ପ୍ରସ୍ତାବକଙ୍କୁ ଅପହରଣ କରାଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ଏପ୍ରିଲ ୨୦ରେ ଗୁଜରାଟର ସୁରାଟ ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କଠାରୁ ଉତ୍ତର ମାଗିଥିଲେ। ଏପ୍ରିଲ ୨୧ ସକାଳ ୧୧ ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ ସୁରାଟରୁ କଂଗ୍ରେସର ବିକଳ୍ପ ପ୍ରାର୍ଥୀ ସୁରେଶ ପଡ଼ସାଲା ମଧ୍ୟ ନାମାଙ୍କନ ପତ୍ରରେ ଦସ୍ତଖତ କରିବା କଥା ମନା କରିଦେଇଥିଲେ।

ଏପ୍ରିଲ ୨୦ ସନ୍ଧ୍ୟାରେ ସୁରାଟ ଡିଇଓ ଶୁଣାଣି ସମୟରେ କୁମ୍ଭାନୀ ଏବଂ ପଡସାଲା ଏହାର ଉତ୍ତର ଦେବାକୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ସମୟ ମାଗିଥିଲେ। କଂଗ୍ରେସ ମୁଖପାତ୍ର ନାଇଶାଦ୍ ଦିଶାଇ କହିଛନ୍ତି, “ମୁଖ୍ୟ ପ୍ରାର୍ଥୀ କୁମ୍ଭାନୀ ଏବଂ ତାଙ୍କ ବଦଳରେ ପ୍ରାର୍ଥୀ ପଡସାଲା କାଗଜରରେ ଦସ୍ତଖତ କରିବାକୁ ମନା କରି ଦେଇଛନ୍ତି। ଅନ୍ତିମ ନିର୍ଦ୍ଦେଶ ପାରିତ ହେବା ପୂର୍ବରୁ ରବିବାର ଦିନ ୧୧ଟା ପର୍ଯ୍ୟନ୍ତ ଆମକୁ ସମୟ ଦିଆଯାଇଛି।” କୁମ୍ଭାନୀ କହିଛନ୍ତି ଯେ ତାଙ୍କ ପ୍ରସ୍ତାବକ ରମେଶ ପୋଲାରା, ଜଗଦୀଶ ସାଭାଲିଆ ଏବଂ ଧୁଭିନ ଧମେଲିଆ ବର୍ତ୍ତମାନ ସମ୍ପର୍କରେ ନାହାଁନ୍ତି, କିନ୍ତୁ ସେ ଖୁବ୍ ଶୀଘ୍ର ସେମାନଙ୍କ ସହ ଯୋଗାଯୋଗ କରିବେ।

Leave A Reply

Your email address will not be published.