Latest Odisha News

BREAKING NEWS

ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ, ୪ଟି ସହରରେ କାଲିଠୁ କଟକଣା

ଅହମ୍ମଦାବାଦ: ମାଡୁଛି କରୋନା । ବଢୁଛି କଟକଣା । ଗୁଜରାଟକୁ ଫେରିଲା ନାଇଟ୍ କର୍ଫ୍ୟୁ । ଚାରିଟି ସହରରେ ଆସନ୍ତାକାଲିଠୁ ଜାରି ହେବ ନାଇଟ କର୍ଫ୍ୟୁ । ଏହି ସହରଗୁଡ଼ିକ ହେଲା ଅହମ୍ମଦାବାଦ, ଭଦୋଦରା, ସୁରଟ ଓ ରାଜକୋଟ । ରାତି ୧୦ଟାରୁ ସକାଳ ୬ଟା ଯାଏ ଲୋକଙ୍କ ଯାଆସ ଉପରେ କଟକଣା ଲାଗିବ । ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ଜାରି ରହିବ ୮ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ।

ଗୁଜରାଟରେ ଦୈନିକ ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ଗତ ୨୪ ଘଣ୍ଟାରେ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି ୮୯୦ କରୋନା ଆକ୍ରାନ୍ତ । ଦେଶରେ ମୋଟ୍ ୨ଲକ୍ଷ ୭୯ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ମହାମାରୀ ନେଇଛି ୪ହଜାର ୪୨୬ ଆକ୍ରାନ୍ତଙ୍କ ଜୀବନ ।

Leave A Reply

Your email address will not be published.