Latest Odisha News

BREAKING NEWS

ସର୍ବଦଳୀୟ ବୈଠକକୁ ବଏକଟ କଲା କଂଗ୍ରେସ

ଭୁବନେଶ୍ୱର: ମଣ୍ଡି ଅବ୍ୟବସ୍ଥା ଓ ବିଧାୟକ ସାନିଟାଇଜର୍ ପିଇବା ଘଟଣାକୁ ନେଇ ଅଚଳ ହୋଇଛି ବିଧାନସଭା । ଚାଲି ପାରୁନି ଗୃହ କାର୍ଯ୍ୟ । ପ୍ରତିଦିନ ଗୃହ କାର୍ଯ୍ୟ ବରବାଦ ହେଉଛି । ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକକୁ ବଏକଟ କରିଛି କଂଗ୍ରେସ । ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ତାରା ବାହିନୀପତି କହିଛନ୍ତି, ସର୍ବଦଳୀୟ ବୈଠକରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହେଉନି । ବିଧାୟକ ସାନିଟାଇଜର ପିଇବା ଉପରେ ଆଲୋଚନା ହେଉଛି । ତେଣୁ କଂଗ୍ରେସ ଆଲୋଚନାରୁ ଓହରିଲା ବୋଲି  ତାରାପ୍ରସାଦ ବାହିନୀପତି କହିଛନ୍ତି ।
Odisha Assembly Adjourned Till 4PM Amid MLAs Rocks
ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ତମ୍ବିତଫାନ କରୁଛନ୍ତି ବିରୋଧୀ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗିବାକୁ ଦାବି କରୁଛନ୍ତି ବିଜେଡି ବିଧାୟକ । ଏହାକୁ ନେଇ ତିନି ଦିନ ହେବ ଗୃହରେ ଅଚଳାବସ୍ଥା ଲାଗି ରହିଛି । ସମାଧାନ ପାଇଁ ସର୍ବଦଳୀୟ ଡାକିଛନ୍ତି ବାଚସ୍ପତି । ଆଜି ଅପରାହ୍ନ 4ଟା ଯାଏ ଗୃହ ମୁତଲବୀ ରହିଛି ।

Leave A Reply

Your email address will not be published.