ଅହମ୍ମଦାବାଦ: ଆଇପିଏଲର ୧୬ତମ ସଂସ୍କରଣର ଉଦଘାଟନୀ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୭୯ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ପକ୍ଷରେ ରଖିଛି । ଋତୁରାଜ ଗାଏକ୍ୱାଡ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ୫୦ ବଲରେ ୯୨ ରନ କରି ଆଉଟ ହୋଇ ଯାଇଥିଲେ । ଚେନ୍ନାଇର ଅନ୍ୟ ବ୍ୟାଟ୍ସମ୍ୟାନମାନେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଟସ ଜିତି ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଚେନ୍ନାଇ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୭ ବଲରେ ଦ୍ରୁତ ୧୪ ରନ ସଂଗ୍ରହ କରିଥିଲେ ।
ଗୁଜରାଟ ପକ୍ଷରୁ ମହମ୍ମଦ ସାମି, ରଶିଦ ଖାଁ ଓ ଅଲଜାରି ଜୋସେଫ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଆଜି ରଙ୍ଗାରଙ୍ଗ ପରିବେଶରେ ଆଇପିଏଲର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ସୂଚନାଯୋଗ୍ୟ, ଚେନ୍ନାଇ ୪ଥର ଚାମ୍ପିୟନ ହୋଇଥିବା ବେଳେ ଗୁଜରାଟ ପଦାର୍ପଣ ମୁକାବିଲାରେ ଟାଇଟଲ ହାସଲ କରିଥିଲା ।
Comments are closed.