Latest Odisha News

BREAKING NEWS

ଦୁନିଆର ସବୁଠାରୁ ଭାରୀ ସାଇକେଲ: କାରଠାରୁ ବି ଅଧିକ ଓଜନ

ଜର୍ମାନୀ: ପିଲାଦିନେ ପ୍ରତ୍ୟେକ ପିଲାଙ୍କୁ ସାଇକେଲ ଚଲାଇବାକୁ ଶିକ୍ଷା ଦିଆଯାଏ । କାରଣ ସେ ବଡ଼ ହେଲେ ବାଇକ୍ ବା କାର ଚଲାଇ ପାରିବ । କିନ୍ତୁ ଏବେ ଜଣେ ବ୍ୟକ୍ତି ଏମିତି ଏକ ସାଇକେଲ ନିର୍ମାଣ କରିଛନ୍ତି, ଯାହାକୁ ଛୋଟ ପିଲା ଚଲାଇବା ତ ଦୂରର କଥା ଦେଖିକି ଡ଼ରିଯିବେ । ଯାହାର ଓଜନ କାରଠାରୁ ବି ଅଧିକ ।

ଜର୍ମାନୀର ସାକ୍ସୋନି-ଆନ୍‌ହଲ୍ଟ ସହରରେ ରହୁଥିବା ସେବାଷ୍ଟିଆନ୍ ବିଟଲର ଏହି ସାଇକେଲ ତିଆରି କରିଛନ୍ତି । ଏହି ସାଇକେଲର ନାଁ ରଖିଛନ୍ତିି କ୍ଲିନ ଜୋହାନା । ଏହା ସ୍କ୍ରାପ୍ ଧାତୁରୁ ତିଆରି ହୋଇଛି । ଏହାର ଚକା ୫ ମିଟର ଚଉଡ଼ା ହୋଇଥିବାବେଳେ ଉଚ୍ଚତା ୨ ମିଟର । ଗୋଟେ କାରର ଓଜନ ୭୦୦ ରୁ ୧୦୦୦ କିଲୋଗ୍ରାମ ମଧ୍ୟରେ ହୋଇଥାଏ । କିନ୍ତୁ ଏହି ସାଇକେଲର ଓଜନ ୨୧୭୭ କିଲୋଗ୍ରାମ । ଏଥିରେ ସେ ଟ୍ରକର ଗିଅର ବାକ୍ସକୁ ଫିଟ୍ କରିଛନ୍ତି । ଚକାରେ ୩୫ ଫରୱାର୍ଡ ଗିଅର୍ ଥିବାବେଳେ ୭ ରିଭର୍ସ ଗିଅର୍ ଅଛି । କେବଳ ଜଣେ ବ୍ୟକ୍ତି ଏହାକୁ ପେଡ଼ାଲ ମାରିି ଚଲାଇ ପାରିବେ । ଏହି ସାଇକେଲ ନିର୍ମାଣ କରିବାକୁ ତାଙ୍କୁ ୩ ବର୍ଷ ଲାଗିଗଲା ।
ଏବେ ଏହା ଦୁନିଆର ସବୁଠାରୁ ଭାରୀ ସାଇକେଲ ମାନ୍ୟତା ପାଇଛି । ଜର୍ମାନୀ ରେକର୍ଡ ଇନଷ୍ଟିଚ୍ୟୁଟ୍ ଏହାକୁ ଏହି ଟାଇଟଲ୍ ପ୍ରଦାନ କରିଛି ।

Leave A Reply

Your email address will not be published.