ଗାନ୍ଧୀନଗର: ଦେଶରେ ଧୀରେ ଧୀରେ ଭୟଙ୍କର ରୂପ ନେଉଛି H3N2 ଇନ୍ଫ୍ଲୁଏଞ୍ଜା ଭାଇରସ। ଗୁଜୁରାଟ ରାଜ୍ୟରେ ନେଲା ପ୍ରଥମ ଜୀବନ। ଗୁଜରାଟ ଭଦୋଦରାର ଏସ୍ଏସ୍ଜି ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ H3N2 ସଂକ୍ରମିତ ଜଣେ ୫୮ ବର୍ଷୀୟା ମିହିଳାଙ୍କର ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇଲେ ଭାରତରେ H3N2 ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।
H3N2 ଇନ୍ଫ୍ଲୁଏଞ୍ଜାରେ ଦେଶର ପ୍ରଥମ ମୃତ୍ୟୁ କର୍ଣ୍ଣାଟକ ହସନ ଜିଲ୍ଲାରେ ହୋଇଥିଲା। ଜଣେ ୮୨ ବର୍ଷୀୟ ବ୍ୟକ୍ତି ସଂକ୍ରମିତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଜାନୁଆରୀ ୨ ତାରିଖରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ୪୫୧ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଏହା ଜଣାପଡ଼ିଛି। ତେବେ ବଢୁଥିବା ସଂକ୍ରମଣ ପ୍ରତି ନଜର ରଖାଯାଇଛି। ଚଳିତ ମାସ ଶେଷ ସୁଧା ସଂକ୍ରମଣ କମିଯାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।
ସୂଚନା ଥାଉକି H3N2 ଏକ ଜୀବ ଯନ୍ତୁଙ୍କ ଦ୍ୱାରା ବ୍ୟାପୁଥିବା ଏକ ଭାଇରସ। ବିଶେଷ କରି ଏହା ଘୁସୁରୀଙ୍କ ଦ୍ୱାରା ବ୍ୟାପିଥାଏ ବୋଲି ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) କହିଛି। ଋତୁକାଳୀନ ଭୂତାଣୁ ଜନିତ ସଂକ୍ରମଣ ଭଳି ଏଥିରେ ସାଧାରଣ ଲକ୍ଷଣ ରହିଛି। ଜ୍ୱର, ଥଣ୍ଡା କାଶ ଆଦି ହେବା। ସ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବା, କାଶ ଓ ନାକ ଚୁଣ୍ଟି ହେଲା ଭଳି ଲାଗିବା ଲକ୍ଷଣ ଦେଖାଯାଇଥାଏ। କେବଳ ସେତିକି ନୁହେଁ,ମାଂସପେଶୀରେ ଯନ୍ତ୍ରଣା, ବାନ୍ତି ଲାଗିବା ବାନ୍ତି ହେବା, ଡାଇରିଆ ଭଳି ଲକ୍ଷଣ ବି ଦେଖାଯାଇଥାଏ।
Comments are closed.