Latest Odisha News

BREAKING NEWS

ଦୁଇ ପିଲାଙ୍କ ସହ ସମୟ କାଟୁଛନ୍ତି ଅଭିନେତ୍ରୀ ରୁଚା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ବହୁ ବର୍ଷ ଧରି ଚାଲିଥିଲା । ଏହାର ପ୍ରତ୍ୟେକ ଚରିତ୍ର ଲୋକଙ୍କ ପାଖରେ ସ୍ମରଣୀୟ ଭାବନା ଛାଡ଼ି ଯାଇଛି । ଏହି ଧାରାବାହିକ ବନ୍ଦ ହୋଇଯାଇଥିଲେ ମଧ୍ୟ ଏହାର ପ୍ରତ୍ୟେକ କଳାକାରଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ସେମାନଙ୍କ ଭିତରୁ ଅନେକ ଏବେ ବି ଅଭିନୟ ଜଗତରେ ସକ୍ରୀୟ ଥିବା ବେଳେ ଆଉ କିଛି ଅବସର ମଧ୍ୟ ନେଇଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ରୁଚା ହାସାବନିଶ ।

‘ସାଥ୍ ନିଭାନା ସାଥିୟା’ ଧାରାବାହିକରେ ରୁଚା, ରାଶି ମୋଦି ଭୂମିକାରେ ଅଭିନୟ କରିଥିଲେ । ଏଥିରେ ରୁଚାଙ୍କ ଅଭିନୟ ଦର୍ଶକଙ୍କୁ ଚମକୃତ କରିଥିଲା । ଧାରାବାହିକଟି ୨୦୦୯ରୁ ଆରମ୍ଭ ହୋଇ ୨୦୧୪ ପର୍ଯ୍ୟନ୍ତ ଚାଲିଥିଲା । ଏଥିସହିତ ରୁଚାଙ୍କୁ ଅନେକ ଧାରାବାହିକ ଓ ମରାଠି ଟିଭି ଶୋରେ ଦେଖିବାକୁ ମିଳିଥିଲା । ୨୦୧୫ରେ ରୁଚା ତାଙ୍କ ପ୍ରେମିକ ବିଜ୍‌ନେସ୍ ମ୍ୟାନ ରାହୁଲଙ୍କୁ ବିବାହ କରିଥିଲେ । ବିବାହ ପରେ ରୁଚା ଅଭିନୟ ଦୁନିଆରୁ ବିଦାୟ ନେଇ ପରିବାରକୁ ପୁରା ଧ୍ୟାନ ଦେଇଥିଲେ । ୨୦୧୯ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଝିଅକୁ ସେ ପୁରା ସମୟ ଦେବା ପାଇଁ ସାମୟିକ ଭାବେ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ୨୦୨୦ ମସିହାରେ ପୁଣି ଅଭିନୟ ଦୁନିଆକୁ ଫେରିଲେ ରୁଚା । ଧାରାବାହିକ ‘ରୋଷଡ଼ ମେ କୈନ୍ ଥା ମେମ୍‌’ରେ ତାଙ୍କୁ ଦେଖିବାକୁ ମିଳିଲା । ଏଥିରେ ମଧ୍ୟ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ଏହାପରେ ‘ଇଣ୍ଡିୟାନ୍ ଗେମ୍ ଶୋ’ରେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ୨୦୨୨ ରେ ପୁଣି ମାଆ ହୋଇଥିଲେ ରୁଚା । ନଭେମ୍ବରରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଏବେ ଅଭିନୟରୁ ଦୂରେଇ ଦୁଇ ପିଲାଙ୍କ ସହ ସମୟ କାଟୁଛନ୍ତି ।

Leave A Reply

Your email address will not be published.