Latest Odisha News

BREAKING NEWS

ଗୁଜରାଟ-ଚେନ୍ନାଇ ଉଦଘାଟନୀ ମୁକାବିଲା

ଅହମ୍ମଦବାଦ: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ ଆଇପିଏଲ । ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟଲ ହାସଲ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା । ୪ଥର ଚାମ୍ପିୟନ ତଥା ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଗତ ଥର ଭଲ ପ୍ରଦର୍ଶନ କରି ନ ଥିଲା । ଏଥର ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରି ଚେନ୍ନାଇ ଚାପମୁକ୍ତ ହେବାକୁ ଚାହିଁବ । ଯୁବ ଏବଂ ଅଭିଜ୍ଞ ତଥା ଗୁରୁ ଓ ଶିଷ୍ୟଙ୍କ ଟିମ ମଧ୍ୟରେ ଏକ ସୁସ୍ଥ ମୁକାବିଲା ଦର୍ଶକମାନେ ଦେଖିବାକୁ ପାଇବେ ।

ଫର୍ମ ଏବଂ ଫିଟନେସ ବିଚାରକୁ ନେଲେ ଗୁଜରାଟ ଆଗରେ ରହିଛି । ସେହିପରି ଟିମ କମ୍ବିନେଶନ ମଧ୍ୟ ଠିକ ରହିଛି । ଅପରପକ୍ଷରେ ଚୂଡାନ୍ତ ଏକାଦଶ ଚୟନ କରିବା ନେଇ ବର୍ତମାନ ଧୋନୀଙ୍କ ପାଖରେ ବଡ ସମସ୍ୟା ରହିଛି । ଅବଶ୍ୟ କ୍ୟାପଟେନ କୁଲ ଏଥିରେ ମହାରଥୀ ହାସଲ କରି ସାରିଛନ୍ତି । ଉଦଘାଟନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଏହି ମୁକାବିଲା ଆୟୋଜିତ ହେବ । ଷ୍ଟାର ସ୍ପୋର୍ଟସ ଓ ଜିଓ ସିନେମାରେ ଏହା ପ୍ରସାରିତ ହେବ ।

Leave A Reply

Your email address will not be published.