Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ

କଟକ: ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ। ଗୁରୁବାର କଟକ ସହରର ଏକ ସପିଂ ମଲରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। କଟକ ଜୋନ୍-୬ ଏସିପି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କୌଣସି ସୂତ୍ରରୁ ଖବର ପାଇ ବାଦାମବାଡି ଆଇଆଇସିଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳରେ ଥିବା ସପିଂ ମଲ ‘ଭି ବଜାର’ରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ବିଭିନ୍ନ ପ୍ରକାରର ଏକ୍ସପାଏରି ହୋଇଥିବା ପ୍ୟାକେଜିଂ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି।

ବିକ୍ରି ହେବାକୁ ରଖାଯାଇଥିବା ସାମଗ୍ରୀର ପ୍ୟାକେଟରେ ଉଲ୍ଲେଖ ଥିବା ଏକ୍ସପାଏରି ତାରିଖକୁ ଏବଂ ମୂଲ୍ୟକୁ  ଲିଭାଇବା ପାଇଁ ବ୍ୟବହୃତ ଏକ କେମିକାଲକୁ ମଧ୍ୟ ଟିମ୍ ଜବତ କରିଥିବା ଏସିପି କହିଛନ୍ତି। ମଲ୍ ମାଲିକ ଏହାକୁ ବିକ୍ରି କରିବା ପୂର୍ବରୁ ପ୍ୟାକେଟ୍ ଉପରେ ଥିବା ବ୍ୟାଚକୁ ବାହାର କରି ଦେଉଥିଲେ। ପରେ ନୂଆ ବ୍ୟାଚ ଲଗାଇ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। ଏସପି କହିଛନ୍ତି, ଆମେ ଖାଦ୍ୟ ସୁରକ୍ଷା ବିଭାଗକୁ ଜଣାଇଛୁ ଏବଂ ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ନକଲି ଔଷଧ, ତେଲ, ଖାଦ୍ୟ ସାମଗ୍ରୀ, ମସଲା, ମୋବିଲ, କାଶ ସିରଫ ଆଦି ବିଭିନ୍ନ ଜିଲ୍ଲାରୁ ଜବତ ହୋଇଚାଲିଛି। କଟକ, ପଶ୍ଚିମ ଓଡ଼ିଶା ସମତେ ବିଭିନ୍ନ ଜିଲ୍ଲାରେ ଏ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଯାହାକି ସୂଚାଉଛି ରାଜ୍ୟରେ ଗୋଟିଏ ଭେଜାଲ ମାର୍କେଟ ଗ୍ୟାଙ୍ଗ ସକ୍ରିୟ ହୋଇଛି। ଯାହା ବେଆଇନ୍।

Leave A Reply

Your email address will not be published.