ଅହମ୍ମଦାବାଦ: ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ୨୦୧୮ରେ ପ୍ରଥମ ଥର ପାଇଁ ଉଦ୍ଘାଟନ ହୋଇଥିଲା। ଏହାର ଉଦଘାଟନ ପରଠାରୁ ପ୍ରାୟ ୫୦ ଲକ୍ଷ ପରିଦର୍ଶକ ଏଠାକୁ ଆସିଛନ୍ତି। ଏ ନେଇ ଜଣେ ରାଜ୍ୟ ସରକାରୀ ଅଧିକାରୀ ସୋମବାର କହିଛନ୍ତି।
ଏହି ପ୍ରତିମୂର୍ତ୍ତି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ଉଭା ହୋଇଛି ଯାହା ସମସ୍ତ ବୟସ ବର୍ଗଙ୍କ ପାଇଁ ଏକାଧିକ ଆକର୍ଷଣ ପ୍ରଦାନ କରୁଛି ବୋଲି ଗୁଜୁରାଟର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଏବଂ ପରିବେଶ) ରାଜୀବ ଗୁପ୍ତା ଏକ ଟୁଇଟ୍ କରି କହିଛନ୍ତି।
ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୮୨ ମିଟର ଏହି ପ୍ରତିମୂର୍ତ୍ତିକୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଭାବରେ ବିବେଚନା କରାଯାଏ। କେଭାଡିଆର ସର୍ଦ୍ଦାର ସରୋବର ଡ୍ୟାମ ନିକଟରେ ଥିବା ଏହି ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୧, ୨୦୧୮ରେ ଉଦ୍ଘାଟନ କରିଥିଲେ।
ସେବେଠାରୁ ଦେଶ ତଥା ବିଦେଶରୁ ଅନେକ ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୋଇ ଆସୁଥିବା ଦେଖିବାକୁ ମିଳିଛି। ଏଇ କିଛି ବର୍ଷ ମଧ୍ୟରେ ଏହି ପର୍ଯ୍ୟଟନ ସ୍ଥଳୀରେ ଅନେକ ପରିମାଣର ଭିଡ଼ ଦେଖିବାକୁ ମିଳିଛି।
ଗୁପ୍ତା ଆହୁରି ମଧ୍ୟ ଟୁଇଟ୍ କରି କହିଛନ୍ତି, “# ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଞ୍ଚ ନିୟୁତ ପରିଦର୍ଶକ ଅତିକ୍ରମ କରିଛି।
କେଭାଡିଆ ସହିତ ରେଳ ଏବଂ ବାୟୁ ସଂଯୋଗକୁ ସୁଦୃଢ କରିବା ପାଇଁ ସରକାର ନିକଟରେ ଦେଶର ବିଭିନ୍ନ ଅଞ୍ଚଳରୁ ଆଠଟି ନୂଆ ଟ୍ରେନ୍ ଏବଂ ଅହମ୍ମଦାବାଦରୁ ଏକ ସାମୁଦ୍ରିକ ସେବା ସଂଯୋଗ କରିଛନ୍ତି।
ଚଳିତ ବର୍ଷ ଜାନୁଆରୀ ୧୮ରେ ସମଗ୍ର ଭାରତରୁ କେଭାଡିଆକୁ ଆଠଟି ଟ୍ରେନ୍ ଲଞ୍ଚ୍ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଅପେକ୍ଷା ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଅଧିକ ପର୍ଯ୍ୟଟକ ପରିଦର୍ଶନ କରୁଛନ୍ତି।
ସେ କହିଛନ୍ତି ଏକ ସର୍ଭେ ଅନୁଯାୟୀ ଦୈନିକ ଏକ ଲକ୍ଷରୁ ଅଧିକ ଲୋକ କେଭାଡିଆ ପରିଦର୍ଶନ କରୁଛନ୍ତି।
Comments are closed.