Latest Odisha News

BREAKING NEWS

ଚେନ୍ନାଇ-ଗୁଜରାଟ ଆଇପିଏଲ ପ୍ଲେ ଅଫ ଆଜି

ଚେନ୍ନାଇ: ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର ସନ୍ଧ୍ୟାରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅପରପକ୍ଷରେ ପରାଜିତ ଟିମକୁ ଆଉ ଏକ ସୁଯୋଗ ମିଳିବ । ଏହି ମ୍ୟାଚରେ ସ୍ପିନର ମଧ୍ୟରେ ଏକ ସୁସ୍ଥ ମୁକାବିଲା ଦେଖିବାକୁ ମିଳିବ । ଚେନ୍ନାଇର ମୋଇନ ଅଲୀ ଓ ଜବରଦସ୍ତ ଫର୍ମରେ ଥିବା ଗୁଜରାଟର ରଶିଦ ଖାଁଙ୍କ ଉପରେ ଦଳର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବ । ଗୁଜରାଟର ମହମ୍ମଦ ସାମିଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି । ସେହପିରି ବ୍ୟାଟିଂରେ ଶୁଭମନ ଗିଲ ଓ ଡେଭିଡ କନୱେ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଶୁଭମନ ୨ଟି ଶତକୀୟ ଇନିଂସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ସେ ୧୪ଟି ମ୍ୟାଚରୁ ୬୮୦ ରନ ସଂଗ୍ରହ କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂରେ ସେଭଳି କିଛି କମାଲ କରିପାରି ନ ଥିବା ବେଳେ ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ଦଳ ସହଜରେ ପ୍ଲେ ଅଫରେ ପ୍ରବେଶ କରିପାରିଛି । ଧୋନୀ କେଉଁ ସମୟରେ ମ୍ୟାଚର ପରିସ୍ଥିତି ବଦଳାଇ ଦେବେ ତାହା କହିବା ମୁସ୍କିଲ । କିନ୍ତୁ ଓଭରାଲ ଫର୍ମକୁ ବିଚାରକୁ ନେଲେ ଗୁଜରାଟ ପଲା ସାମାନ୍ୟ ଭାରୀ ରହିଛି । ଦଳ ଏ ପର୍ଯ୍ୟନ୍ତି ପ୍ରଦର୍ଶନ ବଳରେ ଏତେବାଟ ଆଗେଇ ଆସିଛି । ଆଶୀଷ ନେହେରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଯୁବ ଖେଳାଳିଙ୍କୁ ନେଇ ଏକ ସନ୍ତୁଳିତ ଟିମ ପ୍ରସ୍ତୁତ କରିଛନ୍ତି । ପ୍ରତ୍ୟେକ ମ୍ୟାଚରେ ଦଳର ନାୟକ ଭିନ୍ନ ଭିନ୍ନ ଖେଳାଳି ସାଜିଥିବାରୁ ସମସ୍ତଙ୍କ ମନୋବଳ ଉଚ୍ଚରେ ରହିଛି ।

Leave A Reply

Your email address will not be published.