Latest Odisha News

BREAKING NEWS

କୋହଲି ଆଘାତପ୍ରାପ୍ତ, ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଘାତପ୍ରାପ୍ତ ହୋଇଛନ୍ତି । ଫଳରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତାଙ୍କ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ଗୁଜରାଟ ବିପକ୍ଷ ମ୍ୟାଚରେ ପରାଜିତ ହୋଇ ବାଙ୍ଗାଲୋର ପ୍ଲେଅଫ ଦୌଡରୁ ବାଦ ପଡିଥିଲା । ମ୍ୟାଚର ୧୫ତମ ଓଭରରେ ବିଜୟ ଶଙ୍କରଙ୍କ କ୍ୟାଚକୁ କୋହଲି ବାଉଣ୍ଡରୀ ନିକଟରେ ଧରିଥିଲେ । ଏହି ଅବସରରେ ତାଙ୍କ ଆଂଠୁ ମାଡ ହୋଇ ଯାଇଥିଲା । ଏହା ପରେ କୋହଲି ଆଉ ପଡିଆକୁ ଆସି ନ ଥିଲେ । ବାଙ୍ଗାଲୋର ମୂଖ୍ୟ କୋଚ ସଞ୍ଜୟ ବାଙ୍ଗର ମଧ୍ୟ କୋହଲିଙ୍କୁ ଆଘାତ ଲାଗିଥିବା ସ୍ପଷ୍ଟ କରିଛନ୍ତି । ତେବେ ଆଘାତ ସମସ୍ୟା କେତେ ଗୁରୁତର ତାହା ସ୍ପଷ୍ଟ ହୋଇନି ।

ତେବେ ସେ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ସୁସ୍ଥ ହୋଇ ଯାଇଥିବେ ବୋଲି ଆଶା କରାଯାଉଛି । ପୂର୍ବରୁ କେଏଲ ରାହୁଲ, ଶ୍ରେୟାସ ଆୟାର ଓ ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଏହି ମୁକାବିଲାରୁ ଓହରି ସାରିଛନ୍ତି । ଫାଇନାଲ ମ୍ୟାଚ ଖେଳିବା ପାଇଁ ଭାରତରୁ ୩ଟି ପର୍ଯ୍ୟାୟରେ ଖେଳାଳିମାନେ ଇଂଲଣ୍ଡ ଯିବେ । ଏହା ଅଷ୍ଟ୍ରେଲିଆ ବିପକ୍ଷରେ ୭ରୁ ୧୨ ଜୁନ ପର୍ଯ୍ୟନ୍ତ ଖେଳାଯିବ ।

Leave A Reply

Your email address will not be published.