Latest Odisha News

୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ

ଅହମଦାବାଦ: ୧୨ ବର୍ଷର ପୁରୁଣା ଲକି କାରକୁ ଅନ୍ତିମ ବିଦାୟ।ଗୁଜୁରାଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜର ପୁରୁଣା କାରକୁ କବାଡିବାଲାକୁ ଦେବା ପରିବର୍ତ୍ତେ ଏହାର ଅନ୍ତିମ ସଂସ୍କାରର ଆୟୋଜନ କରିଛନ୍ତି।

ଗୁଜୁରାଟର ଏକ କୃଷକ ପରିବାର ନିଜର ୧୨ବର୍ଷ ପୁରୁଣା କାରକୁ ବିଦାୟ ତଥା ଅନ୍ତିମ ସଂସ୍କାର କରାଇବା ପାଇଁ ଲୋକମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ ଲୋକ ଯୋଗ ଦେଇଥିବାବେଳେ ଏଥିପାଇଁ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ  ଅନୁଯାୟୀ ସେ ଚାଷ ଜମିରେ ଏହି ସମାବେଶର ଆୟୋଜନ କରିଥିଲେ ଯେଉଁଥିରେ ବହୁ ଲୋକ ଯୋଗ ଦେଇଥିଲ ଏବଂ ପରେ ୱାଗ୍ନର କାରକୁ ଏକ ୧୫ ଫୁଟ ଗଭୀର ଗାତ ଭିତରେ ପୋତି ଦିଆଯାଇଥିଲା।

ସଞ୍ଜୟ ପୋଲାରା ଏବଂ ତାଙ୍କ ପରିବାର ଏହି କାର ବିଷୟରେ ଭବିଷ୍ୟତ ପିଢି଼ିକୁ ଜଣାଇବା ଏବଂ ଏକ ସ୍ମୃତି ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ ପୋଲାର ସୁରଟରେ ଏକ ଉଦ୍ୟୋଗ ଚଳାନ୍ତି।

ପୋଲାରା ଗଣମାଧ୍ୟମକୁ କହିଛନ୍ତି ଯେ ସେ ୧୨ ବର୍ଷ ପୂର୍ବେ ଏହି କାର କିଣିଥିଲେ ଏବଂ ଏହା ପରେ ବ୍ୟବସାୟରେ ସଫଳତା ମିଳିବା ସହ ମାନସମ୍ମାନ ବୃଦ୍ଧି ପାଇଥିଲା। ଏହି କାର ତାଙ୍କ ପାଇଁ ଭାଗ୍ୟଶାଳୀ ପାଲଟିଥିଲା। ତେଣୁ ଏହାକୁ ବିକ୍ରି ନ କରି ଶ୍ରଦ୍ଧାଞ୍ଜଳି ଦେଇ ଜମିରେ ପୋତି ଦେଇଥିଲେ।

 

Comments are closed.