ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ବାଜି ମାରିଛନ୍ତି । ସେ ୧୮ ବର୍ଷ ବୟସରେ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଏତେ କମ ବୟସରେ କେହି ଚାମ୍ପିୟନ ହୋଇ ନ ଥିଲେ । ୧୪ତମ ମୁକାବିଲାରେ ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ହରାଇ ଦେଇଥିଲେ । ଏହା ପୂର୍ବରୁ ଗୁକେଶ ଏବଂ ବିଶ୍ୱ ଚାମ୍ପିୟନ ଲିରେନ ୧୩ତମ ରାଉଣ୍ଡ ବେଳକୁ ୬.୫-୬.୫ ସମାନ ସ୍ଥିତିରେ ରହିଥିଲେ । ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଗୁକେଶ ବିଶ୍ୱ ଚାମ୍ପିୟନ ହୋଇଛନ୍ତି ।
ଆନନ୍ଦ ୨୦୦୦ରୁ ୨୦୦୨ ଏବଂ ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ ବିଶ୍ୱ ଚାମ୍ପିୟନ ହୋଇଥିଲେ । ଲିରେନ ମ୍ୟାଚ ଡ୍ର ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଗୁକେଶ କ୍ଲାସିକାଲ ଚେସ ଖେଳି ବିଜୟ ହାସଲ କରିଥିଲେ । ମୁକାବିଲା ପୂର୍ବରୁ ବିଜୟ ହାସଲ ନେଇ ମୋର ଦୃଢ଼ ବିଶ୍ୱାସ ରହିଥିଲା ବୋଲି ମ୍ୟାଚ ପରେ ଗୁକେଶ କହିଛନ୍ତି । ଲିରେନ ମଧ୍ୟ ଗୁକେଶଙ୍କ ପ୍ରଦର୍ଶନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।