Latest Odisha News

BREAKING NEWS

ଚେସ:ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଗୁକେଶ

ନୂଆଦିଲ୍ଲୀ: ଉଦୀୟମାନ ଚେସ ତାରକା ଡି ଗୁକେଶ ଭାରତର ମହାନ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବାକୁ ଚେସ ଚାମ୍ପିୟନଶିପର ଦ୍ୱିତୀୟ ରାଉଣ୍ଡରେ ସେ ଆଜରବୈଜାନର ମସ୍ରାଦ୍ଦିନ ଇସ୍କାଣ୍ଡ୍ରୋଭଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ଫିଡେ ଲାଇଭ ୱାର୍ଲ୍ଡ ରେଟିଂରେ ବିଶ୍ୱନାଥଙ୍କୁ ପଛରେ ପକାଇ ଦେଇଥିଲେ । ୧୭ ବର୍ଷୀୟ ଗୁକେଶଙ୍କ ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଭାରତୀୟ ଚେସ ଫେଡେରେଶନର ସଭାପତି ସଞ୍ଜୟ କାପୁର କହିଛନ୍ତି ଯେ, ବିଶ୍ୱନାଥଙ୍କ ପରେ ସେ ନିଶ୍ଚିତ ଭାବେ ଆନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ସଫଳତା ବଜାୟ ରଖିବେ ।

ଫିଡେ ପକ୍ଷରୁ ମଧ୍ୟ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସେପ୍ଟମ୍ବର ୧ରେ ଗୁକେଶ ସର୍ବାଧିକ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ଭାବେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି । ଗୁକେଶ ୨୭୫୫.୯ ଲାଇଭ ରେଟିଂ ପାଇଥିବା ବେଳେ ବିଶ୍ୱନାଥ ୨୭୫୪.୦ ପଂଏଟ ସହ ତାଙ୍କ ପଛକୁ ରହିଛନ୍ତି । ୧୯୮୭ଠାରୁ ବିଶ୍ୱନାଥ ଭାରତର ଶୀର୍ଷ ଖେଳାଳି ମାନ୍ୟତା ହାସଲ କରି ଆସୁଛନ୍ତି ।

Leave A Reply

Your email address will not be published.