Latest Odisha News

BREAKING NEWS

ରେଳ ମାନଚିତ୍ରରେ ଯୋଡ଼ି ହେବ ଦେବଗଡ଼ ! ବାରକୋଟ-ଝାରସୁଗୁଡ଼ା ରେଳ ଲାଇନ୍ ପାଇଁ ହେବ ଚୂଡ଼ାନ୍ତ ସର୍ଭେ

ଭୁବନେଶ୍ୱର: ପ୍ରଥମଥର ପାଇଁ ରେଲୱେ ସହ ଯୋଡ଼ି ହେବାକୁ ଯାଉଛି ଦେବଗଡ଼ ଜିଲ୍ଲା । ବାରକୋଟ-ଝାରସୁଗୁଡ଼ା ମଧ୍ୟରେ ନୂତନ ରେଳ ଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମୋଦନ କରିଛି ଭାରତୀୟ ରେଳବାଇ ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମତି ମିଳିଥିବା ନେଇ ପୂର୍ବତଟ ରେଳପଥର ଜେନେରାଲ୍ ମ୍ୟାନେଜରଙ୍କୁ ଅବଗତ କରାଯାଇଛି । ଫାଇନାଲ୍ ଲୋକେସନ୍ ସର୍ଭେ ପରେ ବାରକୋଟ-ଝାରସୁଗୁଡ଼ା ନୂତନ ରେଳ ଲାଇନ୍ ପାଇଁ ଡିପିଆର୍ ପ୍ରସ୍ତୁତ କରାଯିବ ।

ବାରକୋଟ-ଝାରସୁଗୁଡ଼ା ୧୬୦ କିଲୋମିଟରର ରେଳ ଲାଇନ୍ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେବ । ନିକଟରେ ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଏବେ ସର୍ଭେ ପାଇଁ ମଞ୍ଜୁରୀ ମିଳିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.