Latest Odisha News

BREAKING NEWS

ଭାଇରାଲ ହେଲା ଜୋନାଥନଙ୍କ ଈଶାରା ଓ ଗୁଲବଦିନଙ୍କ ଡ୍ରାମା

ସେଂଟଲୁସିଆ: ଟି୨୦ ବିଶ୍ୱକପ ୨୦୨୪ ସେମିଫାଇନାଲରେ ଆଫଗାନିସ୍ତାନ ପ୍ରବେଶ କରିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ଡିଏଲ ନିୟମରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ତେବେ ଏହି ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନ ୧୧୬ ରନର ଲକ୍ଷ୍ୟ ବାଂଲାଦେଶ ସମ୍ମୁଖରେ ରଖିଥିଲା । ବର୍ଷା ଯୋଗୁ ପରେ ୧୯ ଓଭରରେ ୧୧୪ ରନର ଟାର୍ଗେଟ ରଖାଯାଇଥିଲା । ୧୨ତମ ଓଭର ବେଳକୁ ବର୍ଷା ହାଲକା ଭାବେ ଆରମ୍ଭ ହୋଇଥିଲା । ସେ ସମୟରେ ଆଫଗାନିସ୍ତାନ ଡିଏଲ ନିୟମରେ ଆଗୁଆ ଥିଲା ।

ଏହା ଦେଖି କୋଚ ଜୋନାଥନ ଟ୍ରଟ୍ଟ ମ୍ୟାଚକୁ ଧୀମା କରିବା ପାଇଁ ଈଶାରା କରିଥିଲେ । ଏହା ଦେଖି ଗୁଲବଦିନ ନାଏବ ହ୍ୟାମଷ୍ଟ୍ରିଙ୍ଗର ଅଭିନୟ କରି ପଡିଆରେ ପଡି ଯାଇଥିଲେ । ଫଳରେ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରା ଯାଇଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ କ୍ରିକେଟ ସମୀକ୍ଷକ ଏବଂ ପ୍ରଶଂସକମାନେ ଏହାକୁ ହଜମ କରି ପାରି ନାହାନ୍ତି । ଏପରିକି ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଟ୍ରଫି ସହ ଓସ୍କାର ହାତେଇବା ଲକ୍ଷ୍ୟରେ ଆଫଗାନିସ୍ତାନ ଟିମ ରହିଛି ।

Comments are closed.