Latest Odisha News

BREAKING NEWS

ବଲିଉଡରେ ପାଦ ଥାପିବେ ଗୁଲଶନ୍ କୁମାରଙ୍କ ଲାଡ୍‌ଲି

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଭଜନ ସମ୍ରାଟ୍ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର । ନିଜ ଭଉଣୀକୁ ବଲିଉଡରେ ଲଂଚ କରିବାକୁ ଟି-ସିରିଜ୍ ବ୍ୟାନର ତଳେ ଫିଲ୍ମ ନିର୍ମାଣ କରିବେ ଭୂଷଣ କୁମାର । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥଲାବେଳେ ସୁଟିଂ ବି ଆରମ୍ଭ ହୋଇସାରିଛି ।

ଗୁରୁବାରଠୁ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲାବେଳେ ଏଥିରେ ବହୁ ଚର୍ଚ୍ଚିତ ଅଭିନେତାଙ୍କ ଗହଣରେ ଖୁସାଲୀ ଡେବ୍ୟୁ କରିବେ । ଫଲ୍ମରେ ଚର୍ଚ୍ଚିତ ଚେହେରା ଭାବେ ଅଭିନେତା ଆର୍ ମାଧୱନ୍‌, ଅପାରଶକ୍ତି ଖୁରାନା ଓ ଦର୍ଶନ କୁମାରଙ୍କୁ ଦେଖିବାକୁ ମିଳିବ ।

୨୦୧୯ରେ ମାଧୱନଙ୍କ ସହ ଭଉଣୀକୁ କମେଡି ଫିଲ୍ମ ଦହି ଚିନିରେ ଲଂଚ କରିବାକୁ ଭୂଷଣ କୁମାର ଘୋଷଣା କରିଥିଲେ । ଏଥିରେ ଖୁସାଲୀ ଜଣେ ଓକିଲ ଭାବେ ଦେଖାଦଇଥାନ୍ତେ । ହେଲେ ଏହି ଫିଲ୍ମଟି ପରବର୍ତ୍ତୀ ସମୟରେ ଭୂଷଣ କୁମାରଙ୍କ ମନକୁ ପାଇନଥିଲା । ସେଥିପାଇଁ ସେ ଫିଲ୍ମର ନର୍ମାଣକୁ ସ୍ଥଗିତ ରଖିଥିଲେ ।

ଶେଷରେ ବହୁ ବିଚାର ବିମର୍ଶ ପରେ ନୂଆ ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଥିଲା । ଏହାପରେ ଭୂଷଣ ଫିଲ୍ମ ନିର୍ମାଣର ଘୋଷଣା କରିବା ସହ ସୁଟିଂ ବି ଆରମ୍ଭ କରିଦେଇଛନ୍ତି । ତେବେ ଫିଲ୍ମର ଟାଇଟଲ ଘୋଷଣା ହୋଇନାହିଁ । ଶୁଣିବାକୁ ମିଳିଛି ଏହାର ଟାଇଟଲ କୁଆଡେ ଧୋକା ରଖାଯାଇଛି ।

Leave A Reply

Your email address will not be published.