Latest Odisha News

BREAKING NEWS

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଦୁଇ ରାଉଣ୍ଡ ଫୁଟିଲା ଗୁଳି, ଦୁଇ ଅଟକ

ରାଉରକେଲା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ ଘଟିଛି। ରଘୁନାଥପାଲି ଥାନା ଦେ ଗାଁର ଏକ ଢାବା ନିକଟରେ ପ୍ରଥମେ ବଚସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାପରେ ଶେଷରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି।

ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ ହୋଇଥିବା ସୂଚନା ମିଳିଛ । ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରଘୁନାଥ ପାଲି ଥାନା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ବେଳେ ଟାର୍ଗେଟ କରାଯାଇଥିବା ବ୍ୟକ୍ତି ଜଣକ ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି। ୨ ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳି ବାଜି ନାହିଁ।

ସୂଚନା ଥାଉକି ଗତ ମାସ ଫେବୃଆରୀ ୨୩ ତାରିଖରେ ମଧ୍ୟ ଗୁଳିମାଡ଼ ହୋଇଥିଲା। ବାରମ୍ବାର ଗୁଳିମାଡ଼କୁ ନେଇ ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ। ପୋଲିସ ପାଟ୍ରୋଲିଂ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

Comments are closed.