ସୁନ୍ଦରଗଡ଼: ରାଉରକେଲା ସହରରେ କଥା କଥାକେ ଗୁଳି ଫୁଟିବା ଜିଲ୍ଲା ପୋଲିସର ଚିନ୍ତା ବଢ଼ାଇଛି। ଗତ ୩୫ ମାସ ମଧ୍ୟରେ ରାଉରକେଲା ଜିଲ୍ଲା ପୋଲିସ ୬୬ ବନ୍ଧୁକ ଜବତ କରିବା ସହ ୧୨୨ଜଣକୁ ଗିରଫ କରି ଜେଲ୍ ପଠାଇଥିଲା। ଅବୈଧ ଭାବରେ ବନ୍ଧୁକ ବିକ୍ରି କରୁଥିବା କିଛି ଅଭିଯୁକ୍ତକୁ ଧରିଛି ପୋଲିସ। ରାଉରକେଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୋଲିସ ଚଢ଼ଉ କରିଛି।
ନାଗାଲାଣ୍ଡ ସରକାରଙ୍କ ଲୋଗୋ ଥିବା ଓ ଲାଇସେନ୍ସ ବନ୍ଧୁକ କହି ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିଲେ ଅଭିଯୁକ୍ତ। ଆନ୍ତଃରାଜ୍ୟ ବନ୍ଧୁକ ରାକେଟକୁ ଧରିବାରେ ସଫଳ ହେଇଛି ରାଉରକେଲା ପୋଲିସ। ଅଭିଯୁକ୍ତମାନେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଶେଷ କରି ନାଗାଲାଣ୍ଡ ଭଳି ରାଜ୍ୟରୁ ବେଆଇନ ଭାବରେ ବନ୍ଧୁକ ଆଣି ରାଉରକେଲା ସହରରେ ବିକ୍ରି କରୁଥିଲେ ଅଭିଯୁକ୍ତ। ନକଲି କାଗଜ ପତ୍ର ଏବଂ ନକଲି ଲାଇସେନ୍ସ ଦେଖାଇ ଅସଲ କହି ୫ଲକ୍ଷ ଟଙ୍କାରୁ ନେଇ ୧୦ ଲକ୍ଷ ଟଙ୍କା କହି ଲୋକଙ୍କୁ ବିକ୍ରି କରୁଥିଲେ ଅଭିଯୁକ୍ତ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ନକଲି ସିଲ ଏବଂ ସାଇନ କରି ଚଳାଇଥିଲେ ବେପାର। ବର୍ତ୍ତମାନ ତିନି ଅଭିଯୁକ୍ତକୁ ଗିରଫ କରିଛି ରାଉରକେଲା ପୋଲିସ। ତିନି ଅଭିଯୁକ୍ତ ହେଲେ ରତନ କୁମାର ସା, ରମନଦୀପ ସିଂହ ଓ ମନଦୀପ ସିଂହଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ ୩ଟି ନାଗାଲାଣ୍ଡ ସରକାରଙ୍କ ଲୋଗୋ ଥିବା ବନ୍ଧୁକ ଓ ୩୫ଟି ଜୀବନ୍ତ ଗୁଳି ଏବଂ ନକଲି ଲାଇସେନ୍ସ ପତ୍ର ଜବତ କରାଯାଇଛି।