Latest Odisha News

BREAKING NEWS

ପୂର୍ବତଟ ରେଳପଥର ୪ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ

ଭୁବନେଶ୍ବର : ପୂର୍ବତଟ ରେଳପଥର ୪ ଜଣ ଅଧିକାରୀଙ୍କୁ କରାଯାଇଛି ସମ୍ମାନୀତ । ଏହି ୪ ଜଣ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ. ସମ୍ବାଶିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ୪ଜଣ ଅଧିକାରୀ ଇନ୍ସପେକ୍ଟର ଶାମଲାଲ ସହଦେବନ, ଅନିଲ କୁମାର ସିଂହ ଓ ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ପାଣିଙ୍କୁ ଆରପିଏଫ୍ ମହାନିର୍ଦ୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

BjdElectrycity

ତଦନ୍ତ କ୍ଷେତ୍ରରେ ସଠିକ୍ ଯୋଜନା କରିବା, ବିଚାରାଧୀନ ମାମଲାର ତଦନ୍ତ କରିବା ଓ ଏହାର ସଂଖ୍ୟା ହ୍ରାସ କରିବା ଦିଗରେ ବେଶ ସଫଳ ହୋଇଛନ୍ତି ଏମ. ସମ୍ବାଶିବା ରାଓ । ଏହାସହ ବେଆଇନ ଟ୍ରେନ ଯାତ୍ରା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବ୍ୟାରେକର ଉନ୍ନତିକରଣ ସହିତ ମେଳା ଓ ଧାର୍ମିକ ଅନୁଷ୍ଠାନ ପାଳନ ସମୟରେ ଟ୍ରେନ ଓ ଷ୍ଟେସନ ମାନଙ୍କରେ ଯାତ୍ରୀ ପରିଚାଳନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଆରପିଏଫ୍ ମହାନିର୍ଦେଶକ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

ସେହିପରି ଇନ୍ସପେକ୍ଟର ଶାମଲାଲ ସହଦେବନ ନିଜର ଦାୟିତ୍ବ ତୁଲାଇବା ସମୟରେ ଅତିରିକ୍ତ ସାଧାରଣ ବୃତ୍ତିଗତ ଦକ୍ଷତା ପାଇଁ ବେଶ ପରିଚିତ । ଇନ୍ସପେକ୍ଟର ଅନିଲ କୁମାର ସିଂହ ଇ-ଟିକେଟ୍ କଳାବଜାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଟ୍ରେନରେ ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବା, ଯାତ୍ରୀମାନେ ଭୁଲି ଯାଇଥିବା ଲଗେଜ୍ ଉଦ୍ଧାର କରିବା ଏବଂ ନକଲି ନିଯୁକ୍ତି ରାକେଟ୍ ଧରିବା ସହିତ ଶିଶୁ ଚାଲାଣକାରୀଙ୍କୁ ଗିରଫ କରିବା ଓ ଶିଶୁ ଉଦ୍ଧାର କରିବା ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ଦେଖାଇଛନ୍ତି । ବାତ୍ୟା ଫନି ଦ୍ୱାରା ପ୍ରଭାବିତ ହୋଇଥିବା ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହାସହ ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ପାଣି ଜଣେ ପରିପକ୍ବ ଅଧିକାରୀ ଭାବେ ନିଜର ଦକ୍ଷତା ଦେଖାଇଛନ୍ତି । ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା ସହିତ ଉତ୍କୃଷ୍ଟ ସମ୍ପର୍କ ବଜାୟ ରଖିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.