Latest Odisha News

BREAKING NEWS

ପୋଲିସ-ମାଓବାଦୀ ମୁହାଁମୁହିଁ : ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ, ବ୍ରହ୍ମପୁର , କନ୍ଧମାଳରୁ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ରହିଛନ୍ତି  ।

କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି  । କାଲି ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ଚାଲିଥିଲା । ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ମାଓବାଦୀମାନେ ପ୍ରାୟ 400 IED ଖଞ୍ଜି ବଡ଼ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ବୋମାକୁ ଅକାମୀ କରୁଛନ୍ତି ।

Leave A Reply

Your email address will not be published.