Latest Odisha News

BREAKING NEWS

ଫୁଡ୍ ସହ ମିଳିବ ହୋଟେଲ୍ ଷ୍ଟେ! ଦେବାକୁ ପଡିବ ମାତ୍ର ଏତିକି ଟଙ୍କା

ନୂଆଦିଲ୍ଲୀ : ଶୀତଋତୁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଲୋକ କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଭଲ ପାଆନ୍ତି  । କେହି କେହି ଭାରତରେ ବୁଲିବାକୁ ପସନ୍ଦ କରନ୍ତି ତ ଆଉ କେହି କେହି ବିଦେଶ ଯାତ୍ରା କରନ୍ତି  । ବ୍ୟାଙ୍କକକ୍ , ଥାଇଲାଣ୍ଡ ଏବଂ ମାଲଦ୍ବିପ୍ ପରି ଦେଶ ଲୋକଙ୍କର ପ୍ରିୟ ଭ୍ରମଣକାରୀ ସ୍ଥାନ ଅଟେ  । ଯଦି ଆପଣ ମାନେ ଥାଇଲାଣ୍ଡ ଯିବାକୁ ପ୍ଲାନ୍ କରୁଛନ୍ତି  । ତେବେ ଆପଣ ମାନଙ୍କ ପାଇଁ IRCTC ଏକ ଧମାକାଦାର ପ୍ୟାକେଜ୍ ଆଣିଛି । ଥାଇଲାଣ୍ଡ ପୂର୍ବ ଏସିଆର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ  ।

ପ୍ରତିବର୍ଷ ଭାରତର କୋଣ ଅନୁକୋଣରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି  । ବ୍ୟାଚଲର ହୁଅନ୍ତି ବା ଫ୍ୟାମିଲି ସମସ୍ତ ଙ୍କ ପାଇଁ ଏହା ବୁଲିବା ପାଇଁ ଏକ ଉପଯୁକ୍ତ ସ୍ଥାନ  । IRCTCର ଟୁର ପ୍ୟାକେଜ୍ ନିଆରା ଏବଂ ସୁଲଭ ଦରରେ ରହିଛି । ଏହି ପ୍ୟାକେଜରେ ଆପଣ ୬ ଦିନ ଓ ୫ ରାତି ରହିପାରିବେ । ବ୍ୟାଙ୍କକକ୍ ମଧ୍ୟ ଆପଣମାନେ ଯାଇପାରିବେ । ଏଥିସହ ଟୁରିଷ୍ଟ ମାନଙ୍କୁ ସଫାରି ଓ୍ବାଲ୍ଡ, ମେରାଇନ୍ ପାର୍କ , କ୍ରୁଜ୍  ଏବଂ ବିଭିନ୍ନ ବୌଦ୍ଧ ମନ୍ଦିର ପରିଦର୍ଶନର ସୁଯୋଗ ରହିଛି ।

ଏହି ପ୍ୟାକେଜରେ ଆପଣ ଜୟପୁରରୁ ବ୍ୟାଙ୍କକକ ପର୍ଯ୍ୟନ୍ତ ଏକ ରାଉଣ୍ଡ ଟ୍ରିପ୍ ପ୍ଲାଇଟ୍ ଟିକେଟ୍ ର ସୁବିଧା ପାଇବେ  । ଏହି ପ୍ୟାକେଜରେ ଆପଣ ମାଗଣା ଜଳଖିଆ , ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପାଇବେ । ଏହାବ୍ୟତୀତ ପ୍ରତ୍ୟେକ ହୋଟେଲରେ ରହିବା ବ୍ୟବସ୍ଥା , ଟୁର ଗାଇଡ୍  ଏବଂ ଟ୍ରାଭେଲ୍ ଇନସୁରାନ୍ସ ମଧ୍ୟ ଉପଲବ୍ଧ ହେବ  । ଏହି ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ୫୨ ହଜାର ୩୫୦ଟଙ୍କା ଦେବାକୁ ପଡିବ ।

Leave A Reply

Your email address will not be published.