Latest Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ଜଣେ ଗୁରୁତର

ସୁବର୍ଣ୍ଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ରବିବାର ରାତିରେ ଘଟିଛି ଏପରି ଅଘଟଣ। ସୂଚନା ଅନୁସାରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବାବେଳେ ବାଘରତୈଲାର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଗୁଳି ମାଡ଼ରେ ପଞ୍ଚାନନ ଗୁରୁତର ଆହତ ହୋଇଛନ୍ତି।

ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ ୨ଟି ଗୁଳି ରହିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବିରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ଡାକ୍ତରଖାନାରେ ୨ଟି ଗୁଳି କଢାଯାଇଛି। ପଞ୍ଚାନନଙ୍କ ବଡ଼ ଭାଇ ପ୍ରଦୀପ ମିଶ୍ର ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ପଞ୍ଚାନନଙ୍କୁ ମେଡିକାଲରେ ଭର୍ତ୍ତି କରାଇବା ସହ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି। ଏନେଇ ବିରମହାରାଜପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି। ପଞ୍ଚାନନଙ୍କ ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ ହୋଇଛି ନା ଅନ୍ୟ କାରଣରୁ ରହିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Comments are closed.